ଗୋପାଳପୁର ସମୁଦ୍ରରେ ଡଙ୍ଗା ଓଲଟି ମତ୍ସ୍ୟଜୀବୀ ମୃତ

ବ୍ରହ୍ମପୁର: ଗୋପାଳପୁର ନିକଟ ସମୁଦ୍ରରେ ଆଜି ଭୋରରେ ଅଘଟଣ ଘଟିଛି। ମାଛ ଧରିବାକୁ ସମୁଦ୍ରକୁ ଏକ ଡଙ୍ଗାରେ ୩ ଜଣ ମତ୍ସ୍ୟଜୀବୀ ଯାଉଥିବା ବେଳେ ଭୋର ପ୍ରାୟ ୪ଟା ୩୦ ବେଳେ ବଡ ଲହଡ଼ା ମାଡ଼ରେ ଡଙ୍ଗାଟି ଓଲଟି ପଡ଼ିଥିଲା। ବି.ବୈରାଗୀ ନାମକ ବୟସ୍କ ମତ୍ସ୍ୟଜୀବୀଙ୍କ ଉପରେ ଡଙ୍ଗା ଓଲଟି ଚାପି ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଉ ୨ ଜଣ ଏମ୍. ବାଲରାଜୁ ଓ ଏମ୍.ସିମୁଡୁ କୈାଣସି ମତେ ବର୍ତ୍ତି ଯାଇଛନ୍ତି।

Comments are closed.