ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ

ସୁନ୍ଦରଗଡ଼ – ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର କିରେଇଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ସଭାରେ ଉପସ୍ଥିତ ଲୋକଙ୍କୁ ସେ ନୂଆବର୍ଷର ଶୁଭକାମନା ଜଣାଇଥିଲେ । ଗତବର୍ଷ ମାର୍ଚ୍ଚ ୧୨ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ୫-ଟି ସଚିବ ଆସିଥିଲେ। ଗସ୍ତକୁ ୮ ମାସରୁ ଅଧିକ ସମୟ ବିତିଥିବା ବେଳେ ୧୬୦ଟି ଦରଖାସ୍ତ ମିଳିଥିଲା । ୧୬୦ ଦରଖାସ୍ତରୁ ୧୪୦ଟିର ସମାଧାନ ହୋଇଛି। ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଅର୍ଥ ଅନୁମୋଦନ କରାଯାଇଛି । ବିଭିନ୍ନ ବିକାଶମୂଳକ କାମରେ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ। ସହଯୋଗ କଲେ କାମ ସ୍ବଚ୍ଛତାରେ ହେବ ବୋଲି ସେ କହିଛନ୍ତି । ହେମଗିରି ବ୍ଲକରେ ଥିବା ଉଚ୍ଚ ମାଧ୍ୟମିକ ସ୍କୁଲରେ ବିଜ୍ଞାନ ଏବଂ ବାଣିଜ୍ୟ ଷ୍ଟ୍ରିମ୍ ଖୋଲିବା ଦାବିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି। ଏ ବର୍ଷ କଲେଜରେ ଦୁଇ ଷ୍ଟ୍ରିମ ଖୋଲାଯିବ ।

ଇବ୍ ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ୍ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିଲାଗି ୨୬୦ କୋଟି ଟଙ୍କା ମଂଜୁର କରିଛନ୍ତି । ଟାଙ୍ଗରପାଲି ପାଇଁ ୧ କୋଟି ୭୦ ଲକ୍ଷ, ସମଲେଇ ମନ୍ଦିର ପାଇଁ ୧ କୋଟି ୪୦ ଲକ୍ଷ, ସୁନ୍ଦରଗଡ଼ରେ ଅଘରିଆ ଭବନ ପାଇଁ ୧ କୋଟି, ଏହାସହ ହେମହିରି ଉଚ୍ଚ ମାଧ୍ୟମିକ ସ୍କୁଲର ରୂପାନ୍ତର ପାଇଁ କୋଟିଏ ଟଙ୍କା ଅନୁମୋଦନ କରାଯାଇଛି ।

ବିଗତ ୮ ମାସ ମଧ୍ୟରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀ ପାଇଁ ୩୫୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । କିରେଇରେ ନଗର ବନ ପ୍ରକଳ୍ପ ପାଇଁ ୩ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି । ଜନତା ଦେଇଥିବା ଗୋଟିଏ ଦରଖାସ୍ତ ବି ଛାଡିକି ଯିବି ନାହିଁ ବୋଲି ଏହି ଅବସରରେ ସେ କହିଛନ୍ତି । ମନ୍ଦିର, ମସଜିଦ, ଚର୍ଚ୍ଚ, ଓ କମ୍ୟୁନିଟ ସେଣ୍ଟର ପାଇଁ ଦେଇଥିବା ଆବେଦନର ୧୦ ଦିନରେ ଖୁସି ଖବର ପାଇବେ ଲୋକେ । ଅନ୍ୟ ବିଷୟକୁ ନେଇ ହୋଇଥିବା ଆବେଦନର ମାସେ ଭିତରେ ଜିଲ୍ଲାପାଳଙ୍କଠାରୁ ଉତ୍ତର ପାଇବେ । ପ୍ରତି ଦରଖାସ୍ତରେ ଜିଲ୍ଲାପାଳଙ୍କ ଠାରୁ ଉତ୍ତର ପାଇବେ ଲୋକେ । ଆଗକୁ ପ୍ରତି ପଞ୍ଚାୟତରେ ମିଳିବି ବ୍ୟାଙ୍କ ସୁବିଧା । ୨ ମାସ ମଧ୍ୟରେ ମିଳିବ ଏହି ବ୍ୟାଙ୍କ ସୁବିଧା । ମିଶନ ଶକ୍ତି ମା’ ଓ ଭତ୍ତା ପାଉଥିବା ହିତାଧିକାରୀ ଉପକୃତ ହେବେ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି ।

ଫେବ୍ରୁଆରୀ ମାସରେ ସୁନ୍ଦରଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବ । ଆସନ୍ତା ୬ ତାରିଖରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଆବେଦନ ଆରମ୍ଭ ହେଉଛି । ଗ୍ରାମାଞ୍ଚଳରେ ଯେଉଁମାନେ ବିଏସକେୱାଇ ଯୋଜନାରୁ ବଂଚିତ ହେଉଛନ୍ତି ସେମାନେ ଆବେଦନ କରିପାରିବେ । ସୁନ୍ଦରଗଡ଼ରେ ହକିର ବିକାଶ ଲାଗି ଅନେକ କାର୍ଯ୍ୟ କରାଯାଇଛି । ବିଶ୍ବର ସବୁଠାରୁ ବଡ଼ ହକି ଷ୍ଟାଡିୟମରେ ରାଉରକେଲାରେ କରାଯାଇଛି । ପ୍ରତି ବ୍ଲକରେ ଆଷ୍ଟ୍ରୋଟର୍ଫ ଷ୍ଡାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କହିଛନ୍ତି ।

Comments are closed.