ଆଠଗଡ଼ରେ ପିଏମଜିଏସୱ।ଇ ରାସ୍ତା ଧାର୍ଯ୍ୟ ସମୟରେ ଶେଷ ଉପରେ ମନ୍ତ୍ରୀଙ୍କ ଗୁରୁତ୍ଵାରୋପ

ଭୁବନେଶ୍ୱର – ଆଠଗଡ଼ ବିଧାନସଭା କ୍ଷେତ୍ରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରାସ୍ତା କାର୍ଯ୍ୟକୁ ତ୍ୱରାନ୍ଵିତ କରି ଧାର୍ଯ୍ୟ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ଆଜି ଲୋକସେବା ଭବନଠାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ବିଭିନ୍ନ ନିର୍ମାଣଧୀନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂଙ୍କ ସମେତ ବିଭାଗର ଅତିରିକ୍ତ ଶାସନ ସଚିବ ଏସ୍.କେ.ପଣ୍ଡା , ପିଏମ୍‌ଜିଏସ୍ଇର ମୁଖ୍ୟଯନ୍ତ୍ରୀ ପି . କେ . ସାହୁ ପ୍ରମୁଖ ଯୋଗଦେଇଥିଲେ । ବୈଠକରେ ନିଷ୍ପତ୍ତି ଅନୁଯାୟୀ ହରିଡ଼ାଗହିରଠାରୁ ଲକ୍ଷ୍ମୀନାରାୟଣପୁର ଭାୟା ଜେଣ୍ଟପଦା , ଗଦାଧରପୁର , ଧଳପୁର ରାସ୍ତା , ଯୋରନ୍ଦାଠାରୁ ବଣିଆ ଭାୟା ଦହିସରା , ତଳଗଡ଼ , ଏନ୍‌ଏଚ୍ ୫୫ରୁ ତରସିଂ ଭାୟା ଗୁଣ୍ଡିଚାପୁର ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ରାସ୍ତା କାର୍ଯ୍ୟ ଚଳିତ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରାଯିବ । ଛଅଗାଁ ଲେବଲ କ୍ରସିଂଠାରୁ ବତୀପୁର ଭାୟା ଗୋବାରା , ଓରୀଙ୍ଗାବାଡ଼ି ରାସ୍ତା ଫେବ୍ରୁଆରୀ , ୨୦୨୪ ସୁଦ୍ଧା ଏବଂ ବାଲିଠାରୁ ବଳିପୁର ରାସ୍ତା ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ସଂପୂର୍ଣ୍ଣ ହେବ । ସେହିପରି ନିକଟବର୍ତ୍ତୀ ଅଞ୍ଚଳରେ କ୍ରସର ୟୁନିଟ୍ ସ୍ଥାପନ ହେତୁ ବାସୁଦେବପୁର ରାସ୍ତା ଏବଂ ପିଡବ୍ଲ୍ୟୁ ରାସ୍ତାଠାରୁ ତିଗିରିଆ ବ୍ଲକ୍ ପାଚେରୀ ଭାୟା ଗୋକର୍ଣ୍ଣଖାଲ ରାସ୍ତାରେ ଭାରି ଯାନବାହନର ଚଳାଚଳ ଯୋଗୁଁ ରାସ୍ତାର ଉପରି ଭାଗର ପୁନଃ ଡିଜାଇନ୍ କାର୍ଯ୍ୟ ଚଳିତ ଜାନୁଆରୀ ୧୦ ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ବୈଠକରେ ପିଏମଜିଏସୱ।ଇ ସିସିଇ ଏବଂ ବିଭାଗୀୟ ଅତିରିକ୍ତ ଶାସନ ସଚିବ , ସି.ସି.ଇ ରୁରାଲ ୱାର୍କ କଟକ ସର୍କଲ , ରୁରାଲ ୱାର୍କସ କଟକ ଡିଭିଳନ – ୨ର ନିର୍ବାହୀଯନ୍ତ୍ରୀଙ୍କ ସମେତ ଅନ୍ୟ କ୍ଷେତ୍ର ଅଧିକାରୀ ଏବଂ ରାସ୍ତା ନିର୍ମାଣ ଏଜେନ୍ସିମାନେ ଯୋଗ ଦେବେ । ବୈଠକରେ ସିସିଇ , କଟକ , ଆଡବ୍ଲ୍ୟୁ ଡିଭିଜନ – ୧ର ଅଧୀକ୍ଷଣ ଡିଭିଜନ – ୨ର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଆଠଗଡ଼ ଓ ତିଗିରିଆର ଗ୍ରାମ୍ୟ ବରିଷ୍ଠ ଯନ୍ତ୍ରୀମାନେ ଯୋଗଦେଇଥିଲେ ।

Comments are closed.