ସାମ୍ବାଦିକଙ୍କୁ ଆକ୍ରମଣ କରି ମୋବାଇଲ ଫୋନ ଲୁଟ୍

ଭୁବନେଶ୍ୱର -ରାଜଧାନୀରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରି ତାଙ୍କ ମୋବାଇଲ ଫୋନ ଲୁଟି ନେଇଛନ୍ତି ଲୁଟେରା । ଡେଲଟା ଛକରେ ଘଟିଛି ଏହି ଘଟଣା । 2 ଜଣ ଲୁଟେରା ସ୍କୁଟିରେ ଆସି ସାମ୍ବାଦିକଙ୍କ ଫୋନ ଛଡାଇ ନେବାକୁ ଚେଷ୍ଟା କରିଥିଲେ । ସେ ପ୍ରତିରୋଧ କରିବାରୁ ସେମାନେ ତାଙ୍କ ମୁଣ୍ଡକୁ ଲୁହା ରଡରେ ଆଘାତ କରିଥିଲେ । ସଂପୃକ୍ତ ସାମ୍ବାଦିକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ସାମ୍ବାଦିକଙ୍କ ନାଁ ସତ୍ୟସୁନ୍ଦର ଭଞ୍ଜ ।

Comments are closed.