ବିଏସ୍‌‌କେୱାଇ ନବୀନ କାର୍ଡ ଆବେଦନ ସମୟସୀମା ବୃଦ୍ଧି

ଭୁବନେଶ୍ୱର – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା -ବିଏସ୍‌‌କେୱାଇ ନବୀନ କାର୍ଡ ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ଆଜି ଆବେଦନର ଶେଷ ତାରିଖ ଥିଲା । କିନ୍ତୁ ରାଜ୍ୟ ସରକାର ଆବେଦନ ସମୟସୀମାକୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗରିବ ହିତାଧିକାରୀ ମାନେ ବିଏସ୍‌‌କେୱାଇ ନବୀନ କାର୍ଡ ପାଇଁ ଆବେଦନ କରିପାରିବେ। ଜାନୁଆରୀ ୬ ତାରିଖରୁ ନବୀନ କାର୍ଡ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଥିଲା । ଏବେ ଅବଧି ବୃଦ୍ଧି ପାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଏସ୍‌‌କେୱାଇ ନବୀନ କାର୍ଡ ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ଦାବି ହୋଇଥିଲା। ରାଜ୍ୟ ସରକାର ଏହା ଉପରେ ବିଚାର କରି ଅବଧି ବୃଦ୍ଧି କରିଛନ୍ତି।

Comments are closed.