ଜଳନ୍ଧର ଲୋକସଭା ଉପନିର୍ବାଚନ: ଆପ୍ ପ୍ରାର୍ଥୀ ସୁଶୀଲ ରିଙ୍କୁ ଅଗ୍ରଣୀ

ଚଣ୍ଡିଗଡ଼: ପଞ୍ଜାବର ଜଳନ୍ଧର ଲୋକସଭା ଆସନ ଉପନିର୍ବାଚନର ଫଳାଫଳ ମଧ୍ୟ ଆଜି ଘୋଷଣା ହେବ । ଏହି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଆମ୍ ଆଦମୀ ପାର୍ଟି (ଆପ୍) ପ୍ରାର୍ଥୀ ସୁଶୀଲ ରିଙ୍କୁ ଆଗୁଆ ରହିଛନ୍ତି।

ଜଳନ୍ଧର ଲୋକସଭା ଆସନ ଉପନିର୍ବାଚନ ପାଇଁ ମେ ୧୦ରେ ମତଦାନ ଅନୁଷ୍ଠିତ ହୋଇଥିଲା ।

ଟ୍ରେଣ୍ଡ ଅନୁଯାୟୀ, ରିଙ୍କୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଶିରୋମଣି ଅକାଳୀ ଦଳ (ଏସ୍ଏଡି) ପ୍ରାର୍ଥୀ ସୁଖବିନ୍ଦର କୁମାର ସୁଖୀଙ୍କ ଠାରୁ ୭୨୦ ଭୋଟରେ ଆଗୁଆ ଅଛନ୍ତି।

ଜାନୁଆରୀରେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା।

Comments are closed.