ମଣିପୁର ପ୍ରସଙ୍ଗରେ ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଜାରି, ଆପ୍ ସାଂସଦ ସଞ୍ଜୟ ସିଂ ନିଲମ୍ବିତ

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଜାରି ରହିଛି। ଆଜି ମଧ୍ୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବିକରି ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଏହି କାରଣରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଥିଲା। ଏହା ପରେ ରାଜ୍ୟସଭାକୁ ମଧ୍ୟ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଗୃହରେ ଅଶୋଭନୀୟ ଆଚରଣ ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ସଞ୍ଜୟ ସିଙ୍କୁ ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ କରିଛନ୍ତି।

Comments are closed.