ରାଜସ୍ଥାନର ସମସ୍ତ ୨୦୦ଟି ଆସନରେ ଲଢ଼ିବ ଆପ୍ !

ଜୟପୁର: ତିନି ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡିଛି ଆମ୍ ଆଦମୀ ପାର୍ଟି । ରାଜସ୍ଥାନର ସମସ୍ତ ୨୦୦ଟି ଆସନରେ ପ୍ରାର୍ଥୀ ଦେବାକୁ ଯୋଜନା କରୁଛି ଆପ୍। ଆପ୍ ର ରାଜସ୍ଥାନ ପ୍ରଭାରୀ ବିନୟ ମିଶ୍ର ଏହି ସୂଚନା ଦେଇଛନ୍ତି । ଅର୍ଥାତ ଦଳ ରାଜ୍ୟରେ ସବୁ ଆସନରେ ଏକା ଲଢିବ । ତେବେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଅଂଶ ଥିବା ଆପ୍ ଏକା ନା ମେଣ୍ଟ କରି ନିର୍ବାଚନ ଲଢ଼ିବ ସେନେଇ ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ବିନୟ ମିଶ୍ର କହିଛନ୍ତି ଯେ ‘ରାଜସ୍ଥାନ ନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମେ ପ୍ରତ୍ୟେକ ଗାଁରେ ୧୧-୧୧ ଜଣିଆ ଟିମ୍ ଗଠନ କରୁଛୁ | ରାଜ୍ୟ ସଂଗଠନର ବୈଠକରେ ଆମେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଚୂଡାନ୍ତ କରି ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇକୁ। ଏହି ମାସରେ ହିଁ ରାଜସ୍ଥାନ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି ।

ତେବେ ଦଳ ନିର୍ବାଚନ ଏକାକୀ ଲଢିବ ନା ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳଙ୍କ ସହ ଆଲୋଚନା କରି ଆସନ ଭାଗବଣ୍ଟା ହେବ‌ ତାହା ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ମିଶ୍ର କହିଛନ୍ତି।

Comments are closed.