ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ଆଜି ଆମ୍ ଆଦମୀ ପାର୍ଟିର ଦେଶବ୍ୟାପୀ ବିକ୍ଷୋଭ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ଆମ୍ ଆଦମୀ ପାର୍ଟି (ଆପ୍) ସୋମବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବ।

ଦଳର ସାଂଗଠନିକ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ଡ ସନ୍ଦୀପ ପଠକ ଏକ ଟୁଇଟ୍‌ରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଦେଶର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଗଢ଼ିଥିବା ମହାନ ଶିକ୍ଷା ମନ୍ତ୍ରୀ ଶ୍ରୀ ମନୀଷ ସିସୋଦିଆଙ୍କୁ ଏକ ମିଥ୍ୟା ମାମଲାରେ ଗିରଫ କରାଯାଇଛି। ଏହାକୁ ବିରୋଧ କରି ଆମ୍ ଆଦମୀ ପାର୍ଟି ଆସନ୍ତାକାଲି ସାରା ଦେଶରେ ବିରୋଧ କରିବ।

ଅନ୍ୟପକ୍ଷରେ ଆପ୍ ସଂସଦ ସଞ୍ଜୟ ସିଂ ମଧ୍ୟ ଉତ୍ତର ପ୍ରଦେଶରେ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ୟୁପିର ସମସ୍ତ ଜିଲ୍ଲାରେ ମୋଦୀ ଜିଙ୍କ ଏକଛତ୍ରବାଦୀ ଶାସନ ବିରୋଧରେ ଆନ୍ଦୋଳନ ହେବ। ଅପରାହ୍ନ ୨ ଟାରେ ମନୀଷ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ପ୍ରଦର୍ଶନ କରାଯିବ।

ମଦ ଦୁର୍ନୀତି ମାମଲାରେ ୮ ଘଣ୍ଟା ଜେରା କରିବା ପରେ ସିବିଆଇ ରବିବାର ସିସୋଦିଆଙ୍କୁ ଗିରଫ କରିଥିଲା । ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ ।

Comments are closed.