ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ବିରୋଧରେ ଆଜି ଆମ୍ ଆଦମୀ ପାର୍ଟିର ଗଣ ଅନଶନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆମ୍ ଆଦମୀ ପାର୍ଟି (ଆପ୍)ର କାର୍ଯ୍ୟକର୍ତ୍ତାମାନେ ଆଜି ଗଣ ଅନଶନ କରିବେ। ପୂର୍ବାହ୍ନ ୧୦ଟାରୁ ଦିଲ୍ଲୀର ଜନ୍ତର ମନ୍ତର ଓ ସହିଦ୍ ଭଗତ ସିଂହଙ୍କ ଗାଁ ପଞ୍ଜାବର ଖଟଖଡକଲାଁରୁ ଏକକାଳୀନ ଆରମ୍ଭ ହେବ ଏହି ଗଣ ଅନଶନ। ଏଥିରେ ଆପର ବିଧାୟକ, ମନ୍ତ୍ରୀ, ସାଂସଦ, କାଉନସିଲର ଏବଂ ଅଧିକାରୀମାନେ ସାମିଲ ହେବେ। ସେହିଭଳି ଉତ୍ତର ପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ସହ ଦେଶର ୨୫ଟି ରାଜ୍ୟର ରାଜଧାନୀ, ଜିଲ୍ଲା ଏବଂ ବ୍ଲକ ମୁଖ୍ୟାଳୟରେ ମଧ୍ୟ ଗଣ ଅନଶନ କରାଯିବ ବୋଲି ଆପ୍ ତରଫରୁ କୁହାଯାଇଛି। ଏହାଛଡ଼ା ନ୍ୟୁୟର୍କ, ବୋଷ୍ଟନ୍, ଲସ୍ ଆଞ୍ଜେଲସ୍, ଆମେରିକାର ୱାଶିଂଟନ୍ ଡିସି, କାନାଡାର ଟରୋଣ୍ଟୋ, ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ, ବ୍ରିଟେନରେ ଲଣ୍ଡନ ଏବଂ ଅନ୍ୟାନ୍ୟ ସ୍ଥାନରେ ଅନଶନରେ ବସିବେ ଆପ୍ କର୍ମୀ।

Comments are closed.