ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ମାମଲାରେ ତେଲେଙ୍ଗାନାରୁ ଯୁବକ ଗିରଫ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଧମକପୂର୍ଣ୍ଣ ଇମେଲ୍ ପଠାଇବା ଅଭିଯୋଗରେ ମୁମ୍ବାଇର ଗାମଦେବୀ ପୋଲିସ ଶନିବାର ତେଲେଙ୍ଗାନାର ଜଣେ ୧୯ ବର୍ଷର ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଯୁବକର ନାଁ ଗଣେଶ ରମେଶ ବନପାରଧୀ । ଅଭିଯୁକ୍ତଙ୍କୁ ନଭେମ୍ବର ୮ ଯାଏଁ ପୋଲିସ ହାଜତକୁ ପଠାଇ ଦିଆଯାଇଛି

ଗତ ସପ୍ତାହରେ ଅମ୍ବାନୀଙ୍କ ନିକଟକୁ ଗୋଟିଏ ପରେ ଗୋଟିଏ କରି ପାଞ୍ଚଟି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା । ଗୋଟିଏ ଆଇଡିରୁ ଏହି ସବୁ ଇମେଲ୍ ଆସିଥିଲା । ତାଙ୍କଠାରୁ ପ୍ରଥମେ ୨୦୦ କୋଟି ଓ ପରେ ୪୦୦ କୋଟି ଦାବି କରାଯାଇଥିଲା। ଦାବି ମୁତାବକ ଟଙ୍କା ନଦେଲେ ଅମ୍ବାନୀଙ୍କୁ ହତ୍ୟା କରାଯିବ ବୋଲିି ଧମକ ଦିଆଯାଇଥିଲା ।

ପୋଲିସ କହିଛି ଯେ ସେମାନେ ଇମେଲର ଆଇପି ଆଡ୍ରେସ୍ ଯାଞ୍ଚ କରିବା ପରେ ଅଭିଯୁକ୍ତ ତେଲେଙ୍ଗାନାରେ ଥିବା ଜଣାପଡ଼ିଥିଲା । ଏହି ଅପରାଧରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହାର ତଦନ୍ତ କରୁଛି ପୋଲିସ ।

Comments are closed.