ବିଶ୍ବର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ବିଲ୍ ଗେଟ୍ସଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ଆଦାନୀ

ନୂଆଦିଲ୍ଲୀ: ଫୋର୍ବସ୍ ରିଅଲ୍ ଟାଇମ୍ ଅତିଧନୀ ତାଲିକାରେ ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଫୋର୍ବସ୍ ତଥ୍ୟ ଅନୁଯାୟୀ, ୬୦ ବର୍ଷୀୟ ଆଦାନୀଙ୍କ ମୋଟ ସମ୍ପତ୍ତି ଗୁରୁବାର ସୁଦ୍ଧା ୧୧୫.୫ ବିଲିୟନ ଡ଼ଲାରରେ ପହଞ୍ଚିଥିବାବେଳେ ବିଲ୍ ଗେଟ୍ସଙ୍କ ସମ୍ପତ୍ତି ହେଉଛି ୧୦୪.୬ ବିଲିୟନ ଡ଼ଲାର। ୯୦ ବିଲିୟନ ଡଲାର ସହିତ ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଦଶମ ସ୍ଥାନରେ ରହିଛନ୍ତି।

ଟେସଲା ଏବଂ ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ଏଲନ୍ ମସ୍କ ୨୩୮.୫ ବିଲିୟନ ଡ଼ଲାର ସହିତ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି |

Comments are closed.