ପୃଥିବୀ ଓ ଚନ୍ଦ୍ର ସହ ସେଲଫି ଉଠାଇଲା ଆଦିତ୍ୟ ଏଲ୍-୧

ବେଙ୍ଗାଲୁରୁ : ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-୧ ଏହାର ଗନ୍ତବ୍ୟ ସ୍ଥଳ ଆଡ଼କୁ ଗତି କରୁଛି | ସୂର୍ଯ୍ୟ-ପୃଥିବୀର ଏଲ୍୧ ବା ଲାଗ୍ରେଂଜ ପଏଣ୍ଟ ଆଡକୁ ଯାଉଥିବା ଆଦିତ୍ୟ- ଏଲ୍୧ ସାଟେଲାଇଟ୍ ପୃଥିବୀ ଏବଂ ଚନ୍ଦ୍ର ସହ ଏକ ଚମତ୍କାର ସେଲଫି ଉଠାଇଛି | ଆଦିତ୍ୟ ଏଲ୍-୧ରେ ଲାଗିଥିବା କ୍ୟାମେରା ଦ୍ବାରା ଏହି ଫଟୋ ଉତ୍ତୋଳନ କରାଯାଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୋସିଆଲ୍ ମିଡିଆ ସାଇଟ୍ ‘ଏକ୍ସ’ (ପୂର୍ବରୁ ଟ୍ୱିଟର) ରେ ଏହି ସୂଚନା ଦେଇଛି |

ସେପ୍ଟେମ୍ବର ୨ରେ ଲଞ୍ଚ୍ ହୋଇଥିବା ଆଦିତ୍ୟ ଏଲ୍-୧ର ମଙ୍ଗଳବାର ଦ୍ବିତୀୟ କକ୍ଷ ପରିବର୍ତ୍ତନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଥିଲା । ଇସ୍ରୋ ସୂଚନା ଅନୁଯାୟୀ, ଆଦିତ୍ୟ ଏଲ୍-୧ ସମ୍ପ୍ରତି ପୃଥିବୀର ୨୮୨ x ୪୦୨୨୫ କିମି କକ୍ଷରେ ଅଛି । ଆଦିତ୍ୟ ଏଲ୍-୧ ର ତୃତୀୟ କକ୍ଷ ପରିବର୍ତ୍ତନ ସେପ୍ଟେମ୍ବର ୧୦ରେ ଭାରତୀୟ ସମୟ ପ୍ରାୟ ୨.୩୦ ସମୟରେ ଧାର୍ଯ୍ୟ କରାଯାଇଛି।

Comments are closed.