ଆଫଗାନିସ୍ତାନ ସଙ୍କଟ: କାବୁଲରୁ ପୁଣି ୮୫ ଭାରତୀୟଙ୍କୁ ଫେରାଇ ଆଣିଲା ବାୟୁସେନା ବିମାନ

କାବୁଲ: ତାଲିବାନ ଶାସନ ମଧ୍ୟରେ ଭାରତ ଆଫଗାନିସ୍ତାନରେ ଫସି ରହିଥିବା ନିଜ ନାଗରିକଙ୍କୁ ଫେରାଇ ଆଣିବା ଅଭିଯାନ ଜାରି ରଖିଛି। ପୁଣି ୮୫ ଜଣ ଭାରତୀୟଙ୍କୁ ନେଇ ବାୟୁସେନାର ସି-୧୩୦ଜେ ବିମାନ ଆଜି ସକାଳ ପ୍ରାୟ ୧୦:୩୦ ସମୟରେ କାବୁଲ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆହୁରି ୨୦୦ ଲୋକଙ୍କୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି ।ଏଥିପାଇଁ ବାୟୁସେନାର ସି-୧୭ ବିମାନକୁ ମଧ୍ୟ ଷ୍ଟାଣ୍ଡବାଇରେ ରଖାଯାଇଛି।

ଭାରତୀୟମାନଙ୍କୁ କାବୁଲରୁ ବାୟୁସେନା ବିମାନରେ ଅଣାଯାଉଛି। ଗତ ମଙ୍ଗଳବାର ଦିନ ଗ୍ଲୋବେମାଷ୍ଟର ସି-୧୭ରେ ୧୨୦ରୁ ଅଧିକ ଲୋକ ସ୍ବଦେଶ ଫେରିଥିଲେ। ଏଥିରେ କାବୁଲରେ ଥିବା ଭାରତୀୟ ଦୂତାବାସର ଅଧିକାରୀ, ଆଇଟିବିପି କର୍ମଚାରୀ ଏବଂ ଅନ୍ୟମାନେ ସାମିଲ ଥିଲେ। ଏହାପୂର୍ବରୁ ସୋମବାର ମଧ୍ୟ ୪୫ ଜଣଙ୍କୁ ଏୟାରଲିଫ୍ଟ କରାଯାଇଥିଲା।

Comments are closed.