ଆକ୍ରମଣ ପରେ ଆଫତାବ ପୁନାୱାଲାଙ୍କ ସୁରକ୍ଷା ବଢ଼ିଲା

ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକର ହତ୍ୟା ଅଭିଯୁକ୍ତ ଆଫତାବ ପୁନାୱାଲାଙ୍କୁ ନେଇ ଯାଉଥିବା ପୋଲିସ ଭ୍ୟାନ ଉପରେ ଆକ୍ରମଣ ପରେ ତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ପୋଲିସ ଭ୍ୟାନ ଉପରେ ଆକ୍ରମଣ କରିଥିବା ଲୋକଙ୍କୁ ପୋଲିସ ଅଟକ ରଖିଛି।

ଆଜି ପୁଣି ଆଫତାବଙ୍କୁ ଏଫ୍ଏସ୍ଏଲ୍ ରୋହିଣୀ ଲ୍ୟାବକୁ ପଲିଗ୍ରାଫ୍ ଟେଷ୍ଟ ପାଇଁ ନିଆଯାଇଥିବା ବେଳେ ଏଫ୍ଏସ୍ଏଲ୍ ରୋହିଣୀ ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଏଫ୍ଏସ୍ଏଲ୍ ଲ୍ୟାବକୁ ଯିବା ଲାଗି ଆଫତାବ୍ ଆଜି ସକାଳ ୮:୩୦ରେ ତିହାର ଜେଲରୁ ବାହାରିଥିଲେ । ତିହାର ଜେଲ୍ ପ୍ରଶାସନ ବ୍ୟତୀତ ଦିଲ୍ଲୀ ପୋଲିସର ତୃତୀୟ ବାଟାଲିୟନର ଯବାନ ମଧ୍ୟ ଆଫତାବଙ୍କ ସହ ଜେଲ ଭ୍ୟାନରେ ଯାଇଥିଲେ । ଏହା ସହିତ ସଶସ୍ତ୍ର ସୁରକ୍ଷା ବାହିନୀ ମଧ୍ୟ ଲ୍ୟାବ ବାହାରେ ନିୟୋଜିତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ସନ୍ଧ୍ୟାରେ ଆଫାତାବର ଜେଲ ଭ୍ୟାନକୁ ଖଣ୍ଡାରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ କରିଥିବା ଲୋକ ନିଜକୁ ହିନ୍ଦୁ ସେନା ବୋଲି କହିଥିଲେ। ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Comments are closed.