ଏୟାରଟେଲ ପରେ ଭୋଡାଫୋନ୍-ଆଇଡିଆ ମଧ୍ୟ ବଢ଼ାଇଲା ଟାରିଫ୍

ନୂଆଦିଲ୍ଲୀ: ଏୟାରଟେଲ ପରେ ଏବେ ଭୋଡାଫୋନ୍-ଆଇଡିଆ ମଧ୍ୟ ଏହାର ସବୁ ପ୍ରିପେଡ୍ ପ୍ଲାନ୍ ର ମୂଲ୍ୟ ବୃଦ୍ଧି କରିଛି | ଭୋଡାଫୋନ୍ ପ୍ରିପେଡ୍ ପ୍ଲାନ୍ ଗୁଡ଼ିକର ବର୍ଦ୍ଧିତ ମୂଲ୍ୟ ନଭେମ୍ବର ୨୫, ୨୦୨୧ ରୁ ଲାଗୁ ହେବ | କମ୍ପାନୀ ଏହାର ପ୍ରିପେଡ୍ ଯୋଜନାଗୁଡିକ ୫୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା କରିବାକୁ ନିଷ୍ପତ୍ତି ନେଇଛି। ମୂଲ୍ୟ ବୃଦ୍ଧି ପରେ ଭୋଡାଫୋନର ଏହାର ବେସ୍ ପ୍ଲାନ୍ ୭୯ ଟଙ୍କାରୁ ୯୯ ଟଙ୍କାକୁ ବୃଦ୍ଧି କରିଛି। ସେହିପରି କମ୍ପାନୀ ନିଜର ଅନ୍ୟ ସବୁ ପ୍ଲାନର ବି ଦର ବୃଦ୍ଧି କରିଛି ।

ଏୟାରଟେଲ ଓ ଭୋଡାଫୋନ୍-ଆଇଡିଆ ପରେ ଜିଓ ମଧ୍ୟ ଟାରିଫ୍ ବଢ଼ାଇପାରେ ।

Comments are closed.