ବିରୋଧ ମଧ୍ୟରେ ‘ଅଗ୍ନିପଥ’ ନିଯୁକ୍ତି ବୟସ ସୀମା ୨୧ରୁ ୨୩କୁ ବଢ଼ାଇଲେ ସରକାର

ନୂଆଦିଲ୍ଲୀ: ତିନୋଟି ସେନାରେ ସୈନିକ ନିଯୁକ୍ତି ପାଇଁ ଘୋଷଣା କରାଯାଇଥିବା ନୂଆ ଯୋଜନାକୁ ଦେଶବ୍ୟାପୀ ପ୍ରବଳ ବିରୋଧ ମଧ୍ୟରେ ସରକାର ‘ଅଗ୍ନିପଥ’ ଅଧୀନରେ ନିଯୁକ୍ତି ପାଇଁ ବୟସ ସୀମା ବୃଦ୍ଧି କରିଛନ୍ତି । ‘ଅଗ୍ନିପଥ’ ଯୋଜନା ଅଧୀନରେ ସର୍ବାଧିକ ନିଯୁକ୍ତି ବୟସ ସୀମାକୁ ୨୧ରୁ ୨୩ ବର୍ଷ ବୟସକୁ ବଢାଇଛନ୍ତି ସରକାର ।

ମଙ୍ଗଳବାର ଅଗ୍ନିପଥ ଯୋଜନା ଘୋଷଣା କରି ସରକାର କହିଥିଲେ ଯେ ସମସ୍ତ ନୂଆ ନିଯୁକ୍ତି ପାଇଁ ବୟସ ସୀମା ୧୭ ରୁ ୨୧ ବର୍ଷ ମଧ୍ୟରେ ହେବା ଉଚିତ୍।

ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ନିଯୁକ୍ତି ସମ୍ଭବ ହୋଇପାରି ନଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି ଯେ ୨୦୨୨ ପାଇଁ ନିଯୁକ୍ତି ପ୍ରକ୍ରିୟା ପାଇଁ ବୟସ ସୀମା କୋହଳ କରାଯିବ। ”

ସେ କହିଛନ୍ତି ଯେ ଅଗ୍ନିପଥ ଯୋଜନା ଅନ୍ତର୍ଗତ ୨୦୨୨ର ନିଯୁକ୍ତି ପ୍ରକ୍ରିୟା ପାଇଁ ସର୍ବାଧିକ ବୟସ ସୀମାକୁ ୨୩ ବର୍ଷକୁ ବୃଦ୍ଧି କରାଯାଇଛି।

Comments are closed.