ଦୁଇ ମହିଳା ଖେଳାଳିଙ୍କୁ ମାଡ଼ ମାରିବା ଅଭିଯୋଗରେ ଏଆଇଏଫ୍ଏଫ୍ ସଦସ୍ୟ ଦୀପକ ଶର୍ମା ଗିରଫ

ପାଣାଜୀ: ଦୁଇ ମହିଳା ଖେଳାଳିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗୋଆ ପୋଲିସ ଶନିବାର ସର୍ବ ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍)ର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଦୀପକ ଶର୍ମାଙ୍କୁ ଗିରଫ କରିଛି।

ଭାରତୀୟ ମହିଳା ଫୁଟବଲ ଲିଗ୍ (ଆଇଡବ୍ଲୁଏଲ୍)ର ଦ୍ୱିତୀୟ ଡିଭିଜନରେ ଭାଗ ନେବାକୁ ଆସିଥିବା ହିମାଚଳ ପ୍ରଦେଶର ଖାଡ୍ ଏଫସିର ଦୁଇଜଣ ଫୁଟବଲ ଖେଳାଳି ଅଭିଯୋଗ କରିଛନ୍ତି ଯେ, ମାର୍ଚ୍ଚ ୨୮ ରାତିରେ କ୍ଲବ୍ ମାଲିକ ଶର୍ମା ସେମାନଙ୍କ ରୁମରେ ପଶି ସେମାନଙ୍କୁ ଆକ୍ରମଣ କରିଥିଲେ।

ଡିଏସପି ସନ୍ଦେଶ ଚୋଦନକର କହିଛନ୍ତି, ଆନୁଷ୍ଠାନିକ ଅଭିଯୋଗ ପରେ ଦୀପକ ଶର୍ମାଙ୍କୁ ଦିନରେ ପଚରାଉଚରା ପାଇଁ ଡକାଯାଇଥିଲା। ମହିଳାଙ୍କ ଉପରେ ବଳ ପ୍ରୟୋଗ କରିବା ଓ ଆଘାତ ଦେବା ଅଭିଯୋଗ ସହ ବିଭିନ୍ନ ଦଫାରେ ମାପୁସା ପୋଲିସ ତାଙ୍କୁ ଗିରଫ କରିଛି । ସେ କହିଛନ୍ତି ଯେ ସେ ଆଜି ରାତିରେ ଜେଲରେ ରହିବେ ଓ ରବିବାର ତାଙ୍କୁ ରିମାଣ୍ଡ ପାଇଁ କୋର୍ଟରେ ହାଜର କରାଯିବ। ଶର୍ମା ହେଉଛନ୍ତି ହିମାଚଳ ପ୍ରଦେଶ ଫୁଟବଲ ସଂଘର ସାଧାରଣ ସମ୍ପାଦକ।

Comments are closed.