କରୋନା ଚିନ୍ତା: ଏମ୍ସ ଷ୍ଟାଫଙ୍କ ଶୀତ ଛୁଟି ବାତିଲ୍, ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପୁଣି ବଢୁଥିବାରୁ ଦିଲ୍ଲୀ ଏମ୍ସ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କୁ ତୁରନ୍ତ କାମକୁ ଫେରିବାକୁ କହିଛି। ଜାନୁଆରୀ ୫ ରୁ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଶୀତ ଛୁଟି ବାତିଲ୍ କରାଯାଇଥିବା ଏମ୍ସ ହସ୍ପିଟାଲ୍ ଘୋଷଣା କରିଛି | ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ

ଏମ୍ସ ନିଜ ଷ୍ଟାଫ୍ ସଦସ୍ୟଙ୍କୁ ଅନୁରୋଧ କରିଛି | ଓମିକ୍ରନ୍ ଏବଂ କରୋନା ମାମଲା ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି |

ଏମ୍ସ ଏକ ବିବୃତିରେ କହିଛି ଯେ, କୋଭିଡ୍-୧୯ ଏବଂ ଓମିକ୍ରନ୍ ମହାମାରୀକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଜାନୁୟାରୀ ୫ ରୁ ୧୦ ପର୍ଯ୍ୟନ୍ତ ଶୀତ ଛୁଟିର ଅବଶିଷ୍ଟାଂଶ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟକୁ ଫେରିବା ପାଇଁ ଅନୁରୋଧ କରାଯାଇଛି।

ସୂତ୍ରରୁ ଜଣାପଡିଛି ଯେ କୋଭିଡ-୧୯ ଯୋଗୁଁ ଗତ ଦୁଇ ତିନି ଦିନ ମଧ୍ୟରେ ୫୦ ରୁ ଅଧିକ ରୋଗୀଙ୍କୁ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି।

Comments are closed.