ପରିସ୍ରା ଘଟଣା ପାଇଁ କ୍ଷମା ମାଗିଲେ ଏୟାର ଇଣ୍ଡିଆ ସିଇଓ, ଜଣେ ପାଇଲଟ୍ ସହ ଚାରି କର୍ମଚାରୀ ବିଦା

ନୂଆଦିଲ୍ଲୀ: ପରିସ୍ରା ଘଟଣା ପାଇଁ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ ୱିଲସନ କ୍ଷମା ମାଗିଛନ୍ତି । ଏହାଛଡ଼ା ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ଜଣେ ପାଇଲଟଙ୍କ ସହ ଚାରି ବିମାନ କର୍ମଚାରୀଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଛି । ଏୟାର ଇଣ୍ଡିଆ ମଧ୍ୟ ଫ୍ଲାଇଟରେ ମଦ୍ୟପାନ ନୀତିର ସମୀକ୍ଷା କରିବ ବୋଲି କହିଛି ।

ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନର ଜଣେ ପୁରୁଷ ଯାତ୍ରୀ ମାତାଲ ଅବସ୍ଥାରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ।

ଅଭିଯୁକ୍ତ ଯାତ୍ରୀ ହେଉଛନ୍ତି ମୁମ୍ବାଇର ଶଙ୍କର ମିଶ୍ର । ତାଙ୍କୁ ଆଜି ବେଙ୍ଗାଲୁରୁରୁ ଗିରଫ କରାଯାଇଛି । ପରିସ୍ରା ଘଟଣା ସାମ୍ନାକୁ ଆସିବା ପରେ ଶଙ୍କର ମିଶ୍ରଙ୍କୁ ତାଙ୍କ କମ୍ପାନୀ ଚାକିରିରୁ ବରଖାସ୍ତ କରିଥିଲା । ସେ ଏକ ଆମେରିକୀୟ ବହୁରାଷ୍ଟ୍ରୀୟ ଫାଇନାନ୍ସ କମ୍ପାନୀରେ ଚାକିରି କରୁଥିଲେ।

Comments are closed.