ମୋବାଇଲ୍ ଟାରିଫ୍ ୨୫% ବଢ଼ାଇଲା ଏୟାରଟେଲ୍; ଜିଓ, ଭୋଡାଫୋନ ମଧ୍ୟ କରିପାରନ୍ତି ଟାରିଫ୍ ବୃଦ୍ଧି

ନୂଆଦିଲ୍ଲୀ: ଏୟାରଟେଲ୍ ଏହାର ପ୍ରିପେଡ୍ ପ୍ଲାନ୍ ଟାରିଫ୍ ୨୫% ବୃଦ୍ଧି କରିଛି | ନଭେମ୍ବର ୨୬ରୁ ନୂଆ ଦର ଲାଗୁ ହେବ | ଏହାପୂର୍ବରୁ ଜୁଲାଇ ମାସରେ କମ୍ପାନୀ ପୋଷ୍ଟପେଡ୍ ପ୍ଲାନର ମଧ୍ୟ ମୂଲ୍ୟ ବୃଦ୍ଧି କରିଥିଲା। ଟାରିଫ୍ ବୃଦ୍ଧି ପରେ ଏୟାରଟେଲର ୨୮ ଦିନିଆ ପ୍ରିପେଡ୍ ପ୍ଲାନ୍ ୭୯ ଟଙ୍କାରୁ ବୃଦ୍ଧି ପାଇ ୯୯ ଟଙ୍କା ହେବ। ୧୪୯ ଟଙ୍କିଆ ପ୍ଲାନ୍ ପାଇଁ ୧୭୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ |
ଟାରିଫ୍ ବୃଦ୍ଧିକୁ ଯଥାର୍ଥ

ବୋଲି କହିଛି ଭାରତୀ ଏୟାରଟେଲ । ଏକ ଭଲ ଏବଂ ସୁସ୍ଥ ବ୍ୟବସାୟ ମଡେଲ ପାଇଁ ଟାରିଫ୍ ଜରୁରୀ ବୋଲି କହିଛି। କମ୍ପାନୀ ଆହୁରି ମଧ୍ୟ କହିଛି ଯେ ହାରାହାରି ରାଜସ୍ୱ (ଏପିୟୁ) ୨୦୦ ଟଙ୍କା ହେବା ଉଚିତ ଏବଂ ତା’ପରେ ଏହାକୁ ୩୦୦ ଟଙ୍କାକୁ ବୃଦ୍ଧି କରାଯିବା ଉଚିତ୍। ଯାହା ଦ୍ଵାରା କମ୍ପାନୀଗୁଡିକ ନିବେଶ ପୁଞ୍ଜି ଉପରେ ସଠିକ୍ ରିଟର୍ନ ପାଇପାରିବେ |

ନୂଆ ଟାରିଫ୍ ନଭେମ୍ବର ୨୬ରୁ ଲାଗୁ ହେବ | ଏୟାରଟେଲ ପରେ ଜିଓ ଏବଂ ଭୋଡାଫୋନ ମଧ୍ୟ ଟାରିଫ୍ ବୃଦ୍ଧି କରିବା ସମ୍ଭାବନା ରହିଛି ।

Comments are closed.