ପାନାମା ପେପର୍ସ ମାମଲା: ଇଡିରେ ହାଜର ହେଲେ ଐଶ୍ୱର୍ଯ୍ୟା

ନୂଆଦିଲ୍ଲୀ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୋମବାର ୨୦୧୬ “ପାନାମା ପେପର” ଲିକ୍ ସମ୍ବନ୍ଧୀୟ ଏକ ମାମଲାରେ ପଚରାଉଚରା ପାଇଁ ଏଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇଛନ୍ତି। ଏ ସମ୍ବନ୍ଧରେ ଇଡି ପକ୍ଷରୁ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା ।

ବୈଦେଶିକ ବିନିମୟ ପରିଚାଳନା ଆଇନ (ଫେମା)ର ନିୟମ ଅନୁଯାୟୀ ଅଭିନେତା ଅମିତାଭ ବଚ୍ଚନଙ୍କ ୪୮ ବର୍ଷିୟା ବୋହୂଙ୍କୁ ଇଡି ପଚରାଉଚରା କରୁଛି |

ୱାଶିଂଟନ୍ ସ୍ଥିତ ଇଣ୍ଟରନ୍ୟାସନାଲ୍ କନ୍ସୋର୍ଟିୟମ୍ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟସ୍ (ଆଇସିଆଇଜେ) ଦ୍ୱାରା ପାନାମା ଆଇନ ସଂସ୍ଥା ମୋସାକ୍ ଫୋନ୍ସେକା ରେକର୍ଡରେ ‘ପାନାମା ପେପର୍ସ’ ନାମରେ ଜଣାଶୁଣା ଏହି ମାମଲା ୨୦୧୬ ଅନୁସନ୍ଧାନ ସହ ଜଡିତ। ଏଥିରେ ଅନେକ ବିଶ୍ୱ ନେତା ଏବଂ ସେଲିବ୍ରିଟିଙ୍କ ନାମ ପ୍ରକାଶ ପାଇଥିଲା ଯେଉଁମାନେ ଦେଶ ବାହାରେ ଥିବା କମ୍ପାନୀରେ ଟଙ୍କା ଜମା କରିଥିବା ଅଭିଯୋଗ ହୋଇଥିଲା। ଏଥିମଧ୍ୟରୁ କିଛି ବୈଧ ବିଦେଶୀ ଆକାଉଣ୍ଟ ଥିବା କୁହାଯାଉଛି | ଉକ୍ତ ଖୁଲାସାରେ ଟିକସ ଫାଙ୍କିବା ମାମଲା ସାମ୍ନାକୁ ଆସିଥିଲା।

Comments are closed.