ପ୍ରଫେଟ୍ ମହମ୍ମଦ ବିବାଦ: ଭାରତରେ ଆତ୍ମଘାତୀ ଆକ୍ରମଣ ନେଇ ଅଲ୍ କାଏଦାର ଧମକ

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ତେଜିବାରେ ଲାଗିଛି। ଏହା ଏବେ ଏକ ଆନ୍ତର୍ଜାତୀୟ ବିବାଦ ପାଲଟିଛି। ମହମ୍ମଦଙ୍କ ଉପରେ ମନ୍ତବ୍ୟକୁ ନେଇ ଏବେ ଆତଙ୍କବାଦୀ ସଂଗଠନ ଅଲ କାଏଦା ଭାରତରେ ଆତ୍ମଘାତୀ ଆକ୍ରମଣ କରିବାକୁ ଧମକ ଦେଇଛି। ଅଲ କାଏଦା ଏହାକୁ ଇସଲାମର ଅପମାନ ବୋଲି କହିବା ସହ ଏହାର ପ୍ରତିଶୋଧ ନିଆଯିବ ବୋଲି ଧମକ ଦେଇଛି ।

ଏକ ଧମକପୂର୍ଣ୍ଣ ପତ୍ର ଜରିଆରେ ଅଲ କାଏଦା କହିଛି ଯେ ଏହା ପ୍ରଫେଟଙ୍କ ସମ୍ମାନାର୍ଥେ ଲଢ଼ିବା ପାଇଁ ଦିଲ୍ଲୀ, ମୁମ୍ବାଇ, ଉତ୍ତରପ୍ରଦେଶ ଏବଂ ଗୁଜରାଟରେ ଆତ୍ମଘାତୀ ଆକ୍ରମଣ କରିବ।

ଅପରପକ୍ଷରେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ଏପର୍ଯ୍ୟନ୍ତ ୧୬ଟି ଦେଶ ନିନ୍ଦା କରିଛନ୍ତି। ଏହି ପ୍ରସଙ୍ଗରେ ମଙ୍ଗଳବାର ମାଲେସିଆ ମଧ୍ୟ ଭାରତୀୟ ହାଇକମିଶନରଙ୍କୁ ସମନ କରି ଆପତ୍ତି ଜଣାଇଛି। ସେପଟେ ଆରବ ରାଷ୍ଟ୍ର ଗୁଡ଼ିକରେ ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହି ସବୁ ଦେଶ ଗୁଡ଼ିକରେ ଭାରତୀୟ ସାମଗ୍ରୀ ବର୍ଜନ ପାଇଁ ସୋସିଆଲ ମିଡିଆରେ ଆହ୍ବାନ କରାଯାଇଛି।

Comments are closed.