ଆହ୍ଲାବାଦ ହାଇକୋର୍ଟଙ୍କ ରାୟ: ସୋସିଆଲ ମିଡ଼ିଆରେ ଅଶ୍ଲୀଳ ପୋଷ୍ଟକୁ ଲାଇକ୍ କରିବା ଅପରାଧ ନୁହେଁ

ଲକ୍ଷ୍ନୌ : ସୋସିଆଲ ମିଡିଆରେ ‘ଅଶ୍ଲୀଳ’ ପୋଷ୍ଟକୁ ଲାଇକ୍ କରିବା ଅପରାଧ ନୁହେଁ । ତେବେ ଏଭଳି ପୋଷ୍ଟକୁ ସେୟାର କିମ୍ବା ରିପୋଷ୍ଟ କଲେ ଦଣ୍ଡନୀୟ ପରିଣାମ ଭୋଗିବାକୁ ପଡ଼ିବ। ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନର ଧାରା ୬୭ ଅନୁଯାୟୀ ଏଭଳି ପୋଷ୍ଟ ସେୟାର କରିବା ଏହାର ‘ପ୍ରଚାର’ ବୋଲି ଧରାଯିବ ଏବଂ ଏହା ଏକ ଦଣ୍ଡନୀୟ ଅପରାଧ ହେବ।

କୋର୍ଟ ଏଭଳି ମତବ୍ୟକ୍ତ କରିବା ସହ ଆଇଟି ଆଇନର ଧାରା ୬୭ ଓ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଅନ୍ୟ ଦଫା ଅନୁଯାୟୀ ଆଗ୍ରା ମହମ୍ମଦ ଇମ୍ରାନ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲାକୁ ଖାରଜ କରିଥିଲେ । ଅନ୍ୟ ଜଣଙ୍କର ପୋଷ୍ଟକୁ ଲାଇକ୍ କରିବା ପାଇଁ ମହମ୍ମଦ ଇମ୍ରାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

Comments are closed.