ଅମିତାଭ ବଚ୍ଚନ ପୁଣି କରୋନା ସଂକ୍ରମିତ

ମୁମ୍ବାଇ:ମେଗାଷ୍ଟାର ଅଭିନେତା ଅମିତାଭ ବଚ୍ଚନ ପୁଣି ଥରେ କରୋନା ସଂକ୍ରମିତ ହୋଇଛନ୍ତି। ବିଗ୍ ବି ନିଜେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି।

ଅମିତାଭ ବଚ୍ଚନ ଟ୍ୱିଟରରେ ଲେଖିଛନ୍ତି, “ମୁଁ କରୋନା ସଂକ୍ରମିତ ହୋଇଛି … ଯିଏ ମୋ ସହ ସଂସ୍ପର୍ଶରେ ଆସିଛନ୍ତି, ଦୟାକରି ନିଜର ପରୀକ୍ଷା କରିନିଅନ୍ତୁ”।

ଅମିତାଭ ବଚ୍ଚନ ଦ୍ଵିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି । ଏହାପୂର୍ବରୁ ଜୁଲାଇ ୨୦୨ ରେ ମଧ୍ୟ ସେ କୋଭିଡ ପଜିଟିଭ୍ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ସେତେବେଳେ ତାଙ୍କ ପୁଅ ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।

ସମ୍ପ୍ରତି ଅମିତାଭ ବଚ୍ଚନ କୁଇଜ୍ ସୋ କୌନ୍ ବନେଗା କରୋଡ଼ପତି ପାଇଁ ସୁଟିଂ କରୁଛନ୍ତି।

Comments are closed.