ଅମରିନ୍ଦର ସିଂଙ୍କ ନୂଆ ଦଳର ନାମ ‘ପଞ୍ଜାବ ଲୋକ କଂଗ୍ରେସ’

Amrinder Singh announces name of his new party

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ସେ ଏକ ନୂଆ ପାର୍ଟି ଘୋଷଣା କରିଛନ୍ତି। କ୍ୟାପଟେନ ତାଙ୍କ ନୂଆ ଦଳର ନାମ ‘ପଞ୍ଜାବ ଲୋକ କଂଗ୍ରେସ’ ରଖିଛନ୍ତି ।

ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସହ ବିବାଦ ମଧ୍ୟରେ କ୍ୟାପଟେନ ସେପ୍ଟେମ୍ବର ୧୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ କହିଥିଲେ ଯେ କଂଗ୍ରେସ ତାଙ୍କୁ ଅପମାନିତ କରିଛି। ମୁଁ ଶୀଘ୍ର ଦଳ ଛାଡିବି | ଆଗାମୀ ରଣନୀତି ବିଷୟରେ ପଚରାଯାଇଥିବା ପ୍ରଶ୍ନରେ ସେ କହିଥିଲେ ଯେ ବନ୍ଧୁ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ସହ ଆଲୋଚନା କରିବା ପରେ ସେ ନିଷ୍ପତ୍ତି ନେବେ। ଅକ୍ଟୋବର ୩୦ରେ ସେ ଏକ ନୂଆ ଦଳ ଗଠନ ନେଇ ଘୋଷଣା କରିଥିଲେ।

Comments are closed.