ହକି ଷ୍ଟିକ୍ ଓ ବଲ୍ ଅମରିନ୍ଦରଙ୍କ ଦଳର ନିର୍ବାଚନୀ ଚିହ୍ନ

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ‘ପଞ୍ଜାବ ଲୋକ କଂଗ୍ରେସ’କୁ ଦଳୀୟ ଚିହ୍ନ ମିଳିଛି। ହକି ଷ୍ଟିକ୍ ଏବଂ ବଲ୍ ହେବ ‘ପଞ୍ଜାବ ଲୋକ କଂଗ୍ରେସ’ର ନିର୍ବାଚନ ପ୍ରତୀକ । ଅମରିନ୍ଦରଙ୍କ ଦଳ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି |

ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅମରିନ୍ଦର ସିଂଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଖଦେବ ସିଂ ଧିନ୍ଦସାଙ୍କ ଦଳ ଶିରୋମଣି ଅକାଳି ଦଳ (ୟୁନାଇଟେଡ୍) ସହିତ ବିଜେପି ମେଣ୍ଟ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜାବ ଲୋକ କଂଗ୍ରେସ ଦ୍ୱାରା ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇ ନାହିଁ।

Comments are closed.