କ୍ଷୀର ଦର ବଢ଼ାଇଲେ ଅମୁଲ ଓ ମଦର ଡେୟରୀ, ଲିଟର ପିଛା ୨ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ମହଙ୍ଗା ହେଲା କ୍ଷୀର । ଅମୁଲ ଏବଂ ମଦର ଡେୟରୀ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୭ରୁ ନୂଆ ଦର ଲାଗୁ ହେବ।

ସୂଚନା ଅନୁଯାୟୀ ଗୁଜୁରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ ଅମୁଲ ଗୋଲ୍ଡ, ଶକ୍ତି ଏବଂ ତାଜା କ୍ଷୀର ଦର ଲିଟର ପିଛା ୨ ଟଙ୍କା ବଢ଼ାଇଛି।

ଅଗଷ୍ଟ ୧୭ରୁ ଅଧା ଲିଟର ଅମୁଲ ଗୋଲ୍ଡ ପ୍ୟାକେଟ ୩୧ ଟଙ୍କାକୁ ବୃଦ୍ଧି ପାଇବାକୁ ଥିବା ବେଳେ ଅମୁଲ ଫ୍ରେଶ୍ ଅଧା ଲିଟର ପ୍ୟାକେଟ୍ ୨୫ ଟଙ୍କା ଏବଂ ଅମୁଲ ଶକ୍ତି ୨୮ ଟଙ୍କାରେ ଉପଲବ୍ଧ ହେବ। ମଦର ଡେୟରୀ ମଧ୍ୟ କହିଛି ଯେ ସଂଶୋଧିତ ମୂଲ୍ୟ ଏହାର ସମସ୍ତ ଦୁଗ୍ଧ ସାମଗ୍ରୀ ପାଇଁ ଆସନ୍ତା କାଲି ଠାରୁ ଲାଗୁ ହେବ।

Comments are closed.