ପ୍ରଥମ ଦ୍ରୁତ ବୋଲର ଭାବେ ୭୦୦ ଓ୍ବିକେଟ୍ କ୍ଲବରେ ଆଣ୍ଡରସନ

ଧର୍ମଶାଳା: ଇଂଲଣ୍ଡର ଭେଟେରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଶନିବାର ଟେଷ୍ଟ କ୍ରିକେଟରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ବିଶ୍ବର ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟରେ ୭୦୦ ୱିକେଟ୍ ନେଇଛନ୍ତି । ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟର ତୃତୀୟ ଦିନରେ କୁଲଦୀପ ଯାଦବଙ୍କୁ ଆଉଟ୍ କରି ଆଣ୍ଡରସନ ଏହି କୀର୍ତ୍ତମାନ ହାସଲ କରିଛନ୍ତି। ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର୍ ୨୧୮ ରନ୍ ଜବାବରେ ଭାରତ ୪୭୭ ରନ୍ କରି ଅଲ୍ଆଉଟ୍ ହୋଇଛି। ଭାରତ ୪୭୩/୮ରୁ ତୃତୀୟ ଦିନ ଖେଳ ଆରମ୍ଭ କରି ଆଉ ମାତ୍ର ୪ ରନ୍ ଯୋଡି ଆଉଟ୍ ହୋଇଥିଲା । ଏଥିସହ ଭାରତ ୨୫୯ ରନରେ ଅଗ୍ରଣୀ ହାସଲ କରିଛି ।

ଟେଷ୍ଟ କ୍ରିକେଟରେ ୭୦୦ କିମ୍ବା ଅଧିକ ୱିକେଟ୍ ନେବାରେ ଜେମ୍ସ ଆଣ୍ଡରସନ୍ ବିଶ୍ୱର ତୃତୀୟ ବୋଲର । ଶ୍ରୀଲଙ୍କାର ମୁଥୟା ମୁରଲିଧରନ ସର୍ବାଧିକ ୮୦୦ ଟେଷ୍ଟ ୱିକେଟ୍ ନେଇଥିବା ବେଳେ ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ସେନ ୱାର୍ଣ୍ଣ ୭୦୮ ଟେଷ୍ଟ ୱିକେଟ୍ ନେଇଛନ୍ତି।

Comments are closed.