ଅପରେସନ୍ ଅଜୟ: ଚତୁର୍ଥ ବିମାନରେ ଫେରିଲେ ଆଉ ୨୭୪ ଭାରତୀୟ

ତେଲ୍ ଅଭିଭ୍: ଅପରେସନ୍ ଅଜୟ ଅଧୀନରେ ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଚତୁର୍ଥ ବିମାନରେ ୨୭୪ ଜଣ ଭାରତୀୟ ନାଗରିକ ଶନିବାର ବିଳମ୍ବିତ ରାତିରେ ସ୍ବଦେଶ ଫେରିଛନ୍ତି ।

ଏହା ପୂର୍ବରୁ ତୃତୀୟ ବିମାନରେ ୧୯୭ ଜଣ ନାଗରିକ ଭାରତରେ ପହଞ୍ଚିଥିଲେ । ଅପରେସନ୍ ଅଜୟ ଅଧୀନରେ ଏପର୍ଯ୍ୟନ୍ତ ୬୪୪ ଜଣ ଭାରତୀୟ ନାଗରିକଙ୍କୁ ଫେରାଇ ଅଣାଯାଇଛି।

ଇସ୍ରାଏଲରେ ଫସି ରହିଥିବା ପ୍ରାୟ ୧୮,୦୦୦ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଅପରେସନ୍ ଅଜୟ ଆରମ୍ଭ କରିଥିଲେ। ଗୁରୁବାର ଠାରୁ ଭାରତୀୟଙ୍କ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ ଇସ୍ରାଏଲ୍-ହାମାସ୍ ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।‌ ଏହି ଯୁଦ୍ଧରେ ଏଯାବତ୍ ଇସ୍ରାଏଲରେ ୧,୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହାମାସ୍ଗା ନିୟନ୍ତ୍ରିତ ଗାଜାରେ ୨୦୦୦ ରୁ ଅଧିକ ପାଲେଷ୍ଟିନୀୟ ପ୍ରାଣ ହରାଇଛନ୍ତି।

Comments are closed.