ବାହାନଗା ଟ୍ରେନ ଟ୍ରାଜେଡି : ଆଉ ୪ ଦିନ ପାଇଁ ତିନି ଅଭିଯୁକ୍ତଙ୍କୁ ସିବିଆଇ ରିମାଣ୍ଡ

ଭୁବନେଶ୍ୱର – ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଆଉ ୪ ଦିନ ପାଇଁ ସିବିଆଇ ରିମାଣ୍ଡରେ ଯିବେ ଗିରଫ ତିନି ଅଭିଯୁକ୍ତ । ସେମାନଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରିବ ସିବିଆଇ । ଆଜି ଏନେଇ ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛନ୍ତି । ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ କୋର୍ଟରେ ହାଜର କରିବା

ପୂର୍ବରୁ ପ୍ରଥମେ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ମେଡିକାଲକୁ ନିଆଯାଇଥିଲା । ମେଡିକାଲ ଟେଷ୍ଟ ପରେ ଚନ୍ଦକା ଥାନାକୁ ଅଣାଯାଇଥିଲା । ପରେ ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ୪ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ । ତେବେ ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ ।

ପୂର୍ବରୁ ମଧ୍ୟ ୫ ଦିନିଆ ରିମାଣ୍ଡରେ ଯାଇଥିଲେ ୩ ଅଭିଯୁକ୍ତ । ଜୁଲାଇ ୭ ତାରିଖ ଦିନ ସ୍ୱତନ୍ତ୍ର ସିବିଆଇ କୋର୍ଟ ଶୁଣାଣି କରି ରିମାଣ୍ଡ ଅନୁମତି ପ୍ରଦାନ କରିଥିଲେ । ସୂଚନା ଥାଉ କି ପୂର୍ବରୁ କୋର୍ଟଙ୍କ ନିକଟରେ ଅଭିଯୁକ୍ତଙ୍କୁ ଜେରା ପାଇଁ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ସିବିଆଇ । ହେଲେ କୋର୍ଟ ଅଭିଯୁକ୍ତମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ କହିଥିଲେ । ଯାହାକି ଆସନ୍ତାକାଲି ଶେଷ ହେଉଛି । ତେଣୁ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଗତ ୭ ତାରିଖରେ ସିବିଆଇ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

Comments are closed.