ମହାନଦୀରେ ବୁଡ଼ି ୩ ନିଖୋଜ ଘଟଣା: ଆଉ ଜଣଙ୍କ ମୃତଦେହ ଉଦ୍ଧାର

କଟକ: ମହାନଦୀ ଯୋବ୍ରା ବ୍ୟାରେଜ ନିକଟରେ ତିନି ଜଣ ଭାସିଯିବା ଘଟଣାରେ ନିଖୋଜ ଦୁଇ ନାବାଳକ ମଧ୍ୟରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଥିସହ ଏହି ଘଟଣାରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି ।

ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍‌ ନିକଟରେ ମହାନଦୀରେ ଗାଧୋଇବା ବେଳେ ୩ଜଣ ସାଙ୍ଗ ଗତକାଲି ଭାସିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କ ଭିତରୁ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଆଜି ଅନ୍ୟ ଦୁଇ ନିଖୋଜ ଯୁବକଙ୍କୁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

Comments are closed.