କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ, ସଂଖ୍ୟା ୧୦କୁ ବୃଦ୍ଧି

ନୂଆଦିଲ୍ଲୀ: ‘ପ୍ରୋଜେକ୍ଟ ଚିତା’କୁ ଲାଗିଛି ପୁଣି ଏକ ଝଟକା । ନାମିବ୍ୟାରୁ ଭାରତ ଅଣାଯାଇଥିବା ଆଉ ଏକ ଚିତାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଏହି ଜାତୀୟ ଉଦ୍ୟାନରେ ୧୦ଟି ଚିତାବାଘଙ୍କ ମୃତ୍ୟୁ ହେଲାଣି । ସେଥିମଧ୍ୟରୁ ୩ଟି ଶାବକ ।

ସିଂହ ପ୍ରକଳ୍ପର ନିର୍ଦ୍ଦେଶକଙ୍କ ସୂଚନା ମୁତାବକ, ମଙ୍ଗଳବାର (ଜାନୁୟାରୀ ୧୬) ପ୍ରାୟ ୩ଟା ୧୭ ମିନିଟରେ ନାମିବ୍ୟାରୁ ଆସିଥିବା ଚିତା ‘ଶୌର୍ଯ୍ୟ’ର ମୃତ୍ୟୁ ଘଟିଥିଲା । ମୃତ୍ୟୁର କାରଣ ପୋଷ୍ଟ ମର୍ଟମ ପରେ ଜଣା ପଡ଼ିବ ବୋଲି ସେ କହିଛନ୍ତିି ।

‘ପ୍ରୋଜେକ୍ଟ ଚିତା’ ଅଧୀନରେ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଭାରତ ଅଣାଯାଇଥିଲା। ଚିତା ଗୁଡ଼ିକୁ ମଧ୍ୟପ୍ରଦେଶରେ କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ବିଭିନ୍ନ କାରଣରୁ ୭ ଚିତା ୩ ଶାବକଙ୍କ ମୃତ୍ୟୁ ହୋଇଛି ।

Comments are closed.