୨୪-୩୬ ଘଣ୍ଟାରେ କାବୁଲ ଏୟାରପୋର୍ଟରେ ପୁଣି ଆକ୍ରମଣ ସମ୍ଭାବନା, ଚେତାଇଲେ ବାଇଡେନ

ୱାଶିଂଟନ୍: ତାଲିବାନର କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ଅରାଜକତା ମଧ୍ୟରେ ବିଦେଶୀ ନାଗରିକଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଚାଲିଛି। ଏହି ସମୟରେ ଗୁରୁବାର ଦିନ କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ ପୁରା ସହର ଥରି ଉଠିଥିଲା। ଏହି ପରି ଅଧିକ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଅଛି | କାବୁଲ ବିମାନବନ୍ଦରରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣ ଭଳି ଆସନ୍ତା ୨୪-୩୬ ଘଣ୍ଟା ମଧ୍ୟରେ ପୁଣି ବିସ୍ଫୋରଣର ଆଶଙ୍କା ରହିଥିବା ଆମେରିକାର‌ ମିଲିଟାରୀ ପକ୍ଷରୁ କୁହାଯାଇଛି। ଏନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଚେତାବନୀ ଦେଇଛନ୍ତି ‌‌।

ଆତଙ୍କବାଦୀ ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଆମେରିକା ମଧ୍ୟ ନାଗରିକମାନଙ୍କୁ କାବୁଲ ବିମାନବନ୍ଦର ତୁରନ୍ତ ଛାଡିବାକୁ କହିଛି। ଆମେରିକାର ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦୀ ଆକ୍ରମଣର ଚେତାବନୀରୁ ଲୋକଙ୍କୁ ଉଦ୍ଧାର ପ୍ରକ୍ରିୟା ଉପରେ ପ୍ରଭାବ ପଡିଛି।

Comments are closed.