ବିଜେପିରେ ଯୋଗ ଦେବା ପରେ ଶ୍ବଶୁର ମୁଲାୟମଙ୍କ ଆଶୀର୍ବାଦ ନେଲେ ଅପର୍ଣ୍ଣା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ​ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବଙ୍କ ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏକ ଫଟୋରେ ଅପର୍ଣ୍ଣା ତାଙ୍କ ଶ୍ୱଶୁର ମୁଲାୟମଙ୍କ ଆଶୀର୍ବାଦ ନେଉଛନ୍ତି | ଅପର୍ଣ୍ଣା ବିଜେପିରେ ଯୋଗଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ ଯେ ତାଙ୍କୁ (ଅପର୍ଣ୍ଣା) ମନାଇବା ପାଇଁ ନେତାଜୀ (ମୁଲାୟମ ଯାଦବ) ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଅପର୍ଣ୍ଣା ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ।

୨୦୧୭ ବିଧାନସଭା ନିର୍ବାଚନରେ ​​ଲକ୍ଷ୍ନୌ କ୍ୟାଣ୍ଟରୁ ସମାଜବାଦୀ ପାର୍ଟି ଟିକେଟରେ ଲଢିଥିଲେ । ହେଲେ ସେ ବିଜେପି ନେତା ରୀତା ବହୁଗୁଣାଙ୍କ ଯୋଶୀଙ୍କ ଠାରୁ ହାରିଯାଇଥିଲେ । ଏଥର ଅପର୍ଣ୍ଣାଙ୍କୁ ପାର୍ଟି ଟିକେଟ୍ ନ ମିଳିବାରୁ ସେ ବିଜେପିରେ ଯୋଗ ଦେଇଛନ୍ତି ।

ବିଜେପିରେ ଯୋଗଦେବା ପରେ ଅପର୍ଣ୍ଣା ଯାଦବ କହିଥିଲେ “ମୁଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଭାବିତ। ମୋ ଚିନ୍ତାଧାରାରେ ଜାତି ସର୍ବଦା ପ୍ରଥମ ଅଟେ | ଜାତୀୟତା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ |

Comments are closed.