ଆମେରିକାରେ ୨-୧୮ ବର୍ଷର ପିଲାଙ୍କୁ ଲାଗିପାରେ କୋଭୋକ୍ସିନ୍ ଟିକା, ଲୋଡ଼ାଗଲା ଅନୁମତି

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ୱୀକୃତି ପାଇବା ପରେ ଭାରତରେ ନିର୍ମିତ କୋଭୋକ୍ସିନ୍ ଏବେ ଆମେରିକା ଏବଂ କାନାଡାର ପିଲାମାନଙ୍କୁ ଦିଆଯିବା ସମ୍ଭାବନା ରହିଛି | ଆମେରିକାରେ ଭାରତ ବାୟୋଟେକର ସହଯୋଗୀ କମ୍ପାନୀ ଆକ୍ୟୁଜେନ କହିଛି ଯେ ଆମେରିକା ଏବଂ କାନାଡାରେ ଭରତ ବାୟୋଟେକର କୋଭିଡ୍-୧୯ ଟିକାକୁ ଜରୁରୀକାଳୀନ ବ୍ୟବହାର ଲାଗି ମଞ୍ଜୁରି ପାଇଁ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ)ରେ ଆବେଦନ ଦାଖଲ କରିଛି ଯାହା ଦ୍ଵାରା ଏହି ଟିକା ପିଲାମାନଙ୍କୁ ଦିଆଯାଇପାରିବ।

ଭାରତ ବାୟୋଟେକ କହିଛନ୍ତି ଯେ ଏଫଡିଆଇ ପାଇଁ ଆବେଦନ ପଠାଇବା ପୂର୍ବରୁ ଭାରତ ବାୟୋଟେକ ଏହାର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍ ଶେଷ କରିଛି। ୨ରୁ ୧୮ ବର୍ଷ ବୟସର ୫୨୬ ପିଲାଙ୍କ ଉପରେ ଏହି ଟ୍ରାଏଲ୍ କରାଯାଇଥିଲା ଏବଂ ଏହି ଟ୍ରାଏଲର ଫଳାଫଳ ଏଫଡିଆଇରେ ଉପସ୍ଥାପିତ କରାଯାଇଛି | ମେ ଏବଂ ଜୁଲାଇ ୨୦୨୧ ମଧ୍ୟରେ ଏହି ଟ୍ରାଏଲ୍ ଶେଷ ହୋଇଥିଲା | ଏଥିରେ ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଉପରେ ଏହି ଟିକା ପରୀକ୍ଷା କରାଯାଇଥିଲା ଏବଂ ଏହାର ଫଳପ୍ରଦତା ଆକଳନ କରାଯାଇଥିଲା। ତିନି ବୟସ ବର୍ଗ ପିଲାଙ୍କ ମଧ୍ୟରେ ଏହି ଯାଞ୍ଚ୍ କରାଯାଇଥିଲା | ଏଥିରେ ପିଲାମାନଙ୍କୁ ୨-୬ ବର୍ଷ, ୬-୧୨ ବର୍ଷ ଏବଂ ୧୨ ରୁ ୧୮ ବର୍ଷର ବୟସ ଶ୍ରେଣୀରେ ବିଭକ୍ତ କରାଯାଇଥିଲା ଏବଂ ଏହି ପିଲାମାନଙ୍କୁ ୨୮ ଦିନ ବ୍ୟବଧାନରେ ଉଭୟ ଟିକା ଦିଆଯାଇଥିଲା।

ଅଧିକାରୀ କହିଛନ୍ତି ଯେ ପିଲାଙ୍କ ଉପରେ କୋଭାକ୍ସିନ ଟିକା ଟ୍ରାଏଲରୁ ଯେଉଁ ଫଳାଫଳ ଆସିଥିଲା, ଏଥିରେ ଲକ୍ଷ୍ୟ କରାଯାଇଥିଲା ଯେ ବୟସ୍କମାନଙ୍କଠାରେ ଏହି ଟିକା ଯେଉଁଭଳି ଆଣ୍ଟିବଡି ସୃଷ୍ଟି କରୁଛି, ୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କଠାରେ ମଧ୍ୟ ସମାନ ଆଣ୍ଟିବଡି ସୃଷ୍ଟି ହୋଇଥିଲା।

Comments are closed.