ସିଡିଏସ୍ ବିପିନ୍ ରାୱତଙ୍କୁ ନେଇ ଯାଉଥିବା ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଚେନ୍ନାଇ: ତାମିଲନାଡୁର କୁନ୍ନୁରରେ ବୁଧବାର ସକାଳେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତ ତାଙ୍କ ପତ୍ନୀ ମଧ୍ୟ ଥିଲେ। ବରିଷ୍ଠ ସେନା ଅଧିକାରୀଙ୍କ ସମେତ ଏହି ହେଲିକପ୍ଟରରେ ସମୁଦାୟ ୧୪ ଜଣ ଲୋକ ଥିଲେ। ବିପିନ ରାଓ୍ବତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି ।

ହେଲିକପ୍ଟର ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଘଟଣାସ୍ଥଳରୁ ଏଯାବତ୍ ଚାରି ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଖରାପ ପାଗ ନା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଜଣାପଡ଼ି ନାହିଁ। ଜେନେରାଲ ରାୱତ ଏହି ହେଲିକପ୍ଟରରେ ଥିବା ଏହି ଘଟଣା ପରେ ଟ୍ୱିଟ୍ କରି ଭାରତୀୟ ବାୟୁସେନା ସ୍ପଷ୍ଟ କରିଛି। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଦୁର୍ଘଟଣା ପରେ ହେଲିକପ୍ଟର ଜଳି ଯାଇଥିଲା । ହେଲିକପ୍ଟର ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ବାୟୁସେନାର ଏକ ଟିମ୍ ଖୁବ୍ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିବ ବୋଲି କୁହାଯାଇଛି |

Comments are closed.