ରାଜ୍ୟର ବିଭିନ୍ନ କୋର୍ଟରେ ପଡିରହିଛି ପାଖାପାଖି ୨୦ ଲକ୍ଷ ମାମଲା

ଭୁବନେଶ୍ୱର- ରାଜ୍ୟର ବିଭିନ୍ନ କୋର୍ଟରେ ପଡିରହିଥିବା ବିଚାରାଧୀନ ମାମଲା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ଯେ, ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଜିଲ୍ଲାକୋର୍ଟରେ ୧୭ ଲକ୍ଷ ୬୮ ହଜାର ୭୦୪ ମାମଲା ଏବଂ ହାଇକୋର୍ଟରେ ୧ ଲକ୍ଷ ୮୭ ହଜାର ୨୮ଟି ମାମଲା ପଡିରହିଛି । ବିଗତ ତିନି ବର୍ଷରେ ୮ ଲକ୍ଷ ୯୫ ହଜାର ୪୧୨ଟି ମାମଲାର ଫଇସଲା ହୋଇଛି ।

ବିଭିନ୍ନ କୋର୍ଟରେ ଏତେଗୁଡିଏ ମାମଲା ପଡିରହିଥିବା ବେଳେ ଏଗୁଡିକର ଫଇସଲା ପାଇଁ ହାଇକୋର୍ଟ ଏରିଅର କମିଟି ଓ ମିଶନ ମୋଡ୍ କମିଟି ଗଠନ ହୋଇଛି । ଏପରିକି ହାଇକୋର୍ଟ ଜିଲ୍ଲା ଜଜମାନଙ୍କୁ ପଡି ରହିଥିବା ମାମଲା ଗୁଡିକର ଶୀଘ୍ର ଫୈସଲା କରିବାକୁ ନିୟମିତ ବ୍ୟବଧାନରେ ନିର୍ଦ୍ଦେଶ ଦେଉଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Comments are closed.