କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଆର୍ୟନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଏନସିବିର ଏସଆଇଟି
ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପଚରାଉଚରା କରିଛି। ଏହା ବ୍ୟତୀତ ବଟି ଆଦାୟ ଅଭିଯୋଗର ଯାଞ୍ଚ କରୁଥିବା ଏସ୍ଆଇଟି ଏପର୍ଯ୍ୟନ୍ତ ୧୫ ଜଣଙ୍କ ବୟାନ ରେକର୍ଡ କରିଛି। ଏନସିବି ଉପ ମହାନିର୍ଦ୍ଦେଶକ ଜ୍ଞାନେଶ୍ବର ସିଂ କହିଛନ୍ତି ଯେ ଅନୁସନ୍ଧାନର ଗତି ଏବଂ ଦିଗରେ ଆମେ ସନ୍ତୁଷ୍ଟ । ଜ୍ଞାନେଶ୍ବର ସିଂ ସମୀର ୱାଙ୍ଖେଡେଙ୍କ ବିରୋଧରେ ଭିଜିଲାନ୍ସ ଯାଞ୍ଚର ନେତୃତ୍ୱ ନେଉଛନ୍ତି।

ଜ୍ଞାନେଶ୍ବର ସିଂ କହିଛନ୍ତି, ଆମେ ୧୪-୧୫ ଜଣଙ୍କ ବୟାନ ରେକର୍ଡ କରିଛୁ। ଆମେ ଶୀଘ୍ର ଅନୁସନ୍ଧାନ ଶେଷ କରିବାକୁ ଚେଷ୍ଟା କରୁଛୁ କିନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ସାକ୍ଷୀଙ୍କ ତଦନ୍ତରେ ସାମିଲ ହେବାକୁ ଅପେକ୍ଷା କରିଛୁ। ଏନସିବି ଟିମ୍ ସାକ୍ଷୀ ପ୍ରଭାକର ସେଲ୍ ଏବଂ ଏନସିବିର ବିଭାଗୀୟ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

ଗତ ମାସରେ ଆର୍ୟନଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ତେବେ କୋର୍ଟ ତାଙ୍କୁ ପ୍ରତ୍ୟେକ ଶୁକ୍ରବାର ଏନସିବିରେ ହାଜିରା ପକାଇବା ପାଇଁ କହିଥିଲେ। ଏସ୍ଆଇଟି ଏହି ମାମଲା ସହ ଅତି କମରେ ୬ଟି ମାମଲା ଯାଞ୍ଚ କରୁଛି। ଅକ୍ଟୋବର ୨ରେ ଏନସିବି ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍ ଜାହାଜ ଉପରେ ଚଢାଉ କରି ଡ୍ରଗ୍ସ ଜବତ କରିଥିବା ସମୀର ୱାଙ୍ଖେଡେଙ୍କ ନେତୃତ୍ଵାଧୀନ ଟିମ୍ ଦାବି କରିଥିଲା। ପରେ ଆର୍ୟନ ଏବଂ ଅନେକଙ୍କୁ ଗିରଫ କରାଯାଇଥିଲା।

Comments are closed.