ଏଏସଆଇ ଗୋପାଳକୃଷ୍ଣ ଦାସ ଗିରଫ

ବ୍ରଜରାଜନଗର – ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିବା ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ଗିରଫ କରାଯାଇଛି । ପଚରାଉଚରା ପରେ ଆଜି ତାଙ୍କୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ। ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗୁଳିକାଣ୍ଡ ସ୍ଥଳ ଯାଞ୍ଚ କରାଯାଇଛି। ଅଭିଯୁକ୍ତ ଏଏସଆଇଙ୍କୁ ୭ ଦିନ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ। କାହିଁକି ଗୁଳି କଲେ ଓ ପୂର୍ବ ଶତ୍ରୁତା ଥିଲା କି ନାହିଁ ତଦନ୍ତ ଚାଲିଛି। ଗୋପାଳ ନବ ଦାସଙ୍କ ପିଏସ୍ଓ ନଥିଲେ ବୋଲି ବୋଥ୍ରା ସ୍ପଷ୍ଟ କରିଛନ୍ତି ।

Comments are closed.