ଟି-୨୦ ବିଶ୍ୱକପ: ଆୟର୍ଲାଣ୍ଡକୁ ୪୨ ରନରେ ହରାଇଲା ଅଷ୍ଟ୍ରେଲିଆ

ବ୍ରିସବେନ: ସୋମବାର ଏଠାରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ଏକ ଗ୍ରୁପ-୧ ମ୍ୟାଚରେ ଅଷ୍ଟ୍ରେଲିଆ ୪୨ ରନରେ ଆୟର୍ଲାଣ୍ଡକୁ ହରାଇଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଆରୋନ ଫିଞ୍ଚ ୪୪ ବଲରୁ ୬୩ ରନ୍ କରିଥିଲେ। ତାଙ୍କ ଇନିଂସରେ ୫ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ମିଚେଲ ମାର୍ଶ ୨୨ ବଲରୁ ୨୮ ରନ୍ ସଂଗ୍ରହ କରିଥିବା ବେଳେ ମାର୍କସ ଷ୍ଟୋଇନିସ୍ ୨୫ ବଲରେ ୩ଟି ଚୌକା ଓ ଗୋଟିଏ ଛକା ସହ ୩୫ ରନ୍ କରିଥିଲେ। ଟିମ୍ ଡେଭିଡ୍ ୧୫ ରନ୍ କରି ଅପରାଜିତ ରହିଥିଲେ।

ଅଷ୍ଟ୍ରେଲିଆ ପ୍ରଦତ୍ତ ୧୮୦ ରନର ବିଜୟ ଲକ୍ଷ୍ୟ ଜବାବରେ ଆୟର୍ଲାଣ୍ଡ ୧୮.୧ ଓଭରରେ ୧୩୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଟକର୍ ଶେଷ ପର୍ଯ୍ୟନ୍ତ ଲଢିଥିଲେ। ସେ ୪୮ ବଲରୁ ଅପରାଜିତ ୭୧ ରନ୍ କରିଥିଲେ। ଟକରଙ୍କ ତାଙ୍କ ଇନିଂସରେ ୯ ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ତାଙ୍କୁ ଛାଡ଼ି ଆୟର୍ଲାଣ୍ଡର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବିଶେଷ କିଛି କରିପାରିନଥିଲେ । ଗାରେଥ ଡେଲାନି ୧୦ ଟି ବଲର ସମ୍ମୁଖୀନ ହୋଇଥିଲେ ଏବଂ ଦୁଇଟି ଚୌକା ସହାୟତାରେ ୧୪ ରନ୍ କରିଥିଲେ। ପଲ୍ ଷ୍ଟର୍ଲିଂ ୧୧ ରନ୍ କରି ପାଭିଲିୟନ ଫେରିଥିଲେ ।

ଅଷ୍ଟ୍ରେଲିଆ ତରଫରୁ ଆଡାମ ଜାମ୍ପା ଚମତ୍କାର ବୋଲିଂ କରିଥିଲେ। ସେ ୪ ଓଭରରେ ମାତ୍ର ୧୯ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ୨.୧ ଓଭରରେ ୧୪ ରନ୍ ବିନିମୟରେ ୨ଟି ୱିକେଟ୍ ନେଇଥିଲେ। ପ୍ୟାଟ୍ କମିନ୍ସ ଓ ମିଚେଲ ଷ୍ଟାର୍କ ମଧ୍ୟ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ଅଷ୍ଟ୍ରେଲିଆ ଏଯାଏ ୪ଟି ମ୍ୟାଚ୍‌ ଖେଳିଥିବା ବେଳେ ୨ଟିରେ ଜିତିଛି ଓ ଗୋଟିଏରେ ହାରିଛି। ବର୍ଷା ଯୋଗୁ ଗୋଟିଏ ମ୍ୟାଚ୍‌ ବାତିଲ ହୋଇଛି।

Comments are closed.