ସୋନପୁର ଦେଶର ଦ୍ୱିତୀୟ ଉତ୍ତପ୍ତ ସହର, ରାଜ୍ୟର ୧୦ଟି ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ

ଭୁବନେଶ୍ୱର - ଫେବ୍ରୁଆରୀ ମାସରେ ହିଁ ବୈଶାଖର ତାତି ଅନୁଭୂତ ହେଲାଣି । ବୁଧବାର ସୋନପୁର ଦେଶର ଦ୍ବିତୀୟ ଉତ୍ତପ୍ତ ସହର ହୋଇଛି । ସୋନପୁରରେ ବୁଧବାର ତାପମାତ୍ରା ୩୮.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ମହାରାଷ୍ଟ୍ରର ଆକୋଲା ଦେଶର ସବୁଠୁ ଉତ୍ତପ୍ତ ସହର ହୋଇଛି । ବୁଧବାର ଆକୋଲାରେ…

ଦିଲ୍ଲୀ: ଡେପୁଟି ମେୟର ପଦ ବି ହାତେଇଲା ଆପ୍

ନୂଆଦିଲ୍ଲୀ: ମେୟର ପରେ ଦିଲ୍ଲୀ ଏମସିଡିର ଡେପୁଟି ମେୟର ପଦ ବି ହାତେଇଛି ଆମ୍ ଆଦମୀ ପାର୍ଟି । ଆପ୍ ପ୍ରାର୍ଥୀ ଆଲେ ମହମ୍ମଦ ଇକବାଲ ଦିଲ୍ଲୀର ନୂଆ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ଡେପୁଟି ମେୟର ନିର୍ବାଚନରେ ​​ଆଲେ ମହମ୍ମଦ ୧୪୭ ଭୋଟ୍ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ଭିମସାର ନିର୍ଦ୍ଦଶେକ ନିଯୁକ୍ତି ପାଇଁ ୫ ଜଣିଆ କମିଟି ଗଠିତ

ସମ୍ବଲପୁର :  ଆସନ୍ତା ୨୮ ତାରିଖରେ ବୁର୍ଲ। ଭିମସାର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଲଳିତ ମେହେରଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହି ପରିପ୍ରେକ୍ଷୀରେ ନୂତନ ନିର୍ଦ୍ଦେଶକ ନିଯୁକ୍ତି ନେଇ ଆଜି ରାଜ୍ୟ ସରକାର ୫ ଜଣିଆ କମିଟି ଗଠନ କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ…