ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ, ଜନ୍ମବେଦୀରୁ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ - ଶ୍ରୀମନ୍ଦିର ଛାଡି ବଡଦାଣ୍ଡରେ ରଥରେ ଆସି ଭକ୍ତମାନଙ୍କୁ ଦର୍ଶନ ଦେଲେ ମହାପ୍ରଭୁ । ଗତକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା ତିନି ରଥ । ରଥ ଉପରେ ଚତୁର୍ଦ୍ଧାମୂର୍ତିଙ୍କ ନୀତିକାନ୍ତି ପରେ ଆଜି ଆଡ଼ପମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ ।…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆସିବ ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ବର : ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଅଧିବେଶନର ପ୍ରଥମ ଦିନରେ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ୨୪ଟି କାର୍ଯ୍ୟଦିବସ ରହିଛି। ଏଥର ବିଧାନସଭାର ଅଧିବେଶନର କାର୍ଯ୍ୟ…

ଗଞ୍ଜାମ ଜିଲ୍ଲାର ଏସବୁ ସ୍ଥାନରେ ଘୋଷଯାତ୍ରାର ଦିନକ ପରେ ହୁଏ ରଥଟଣା

ବ୍ରହ୍ମପୁର: ଶ୍ରୀଜଗନ୍ନାଥ ସଂସ୍କୃତି ସହ ଅନେକାଂଶରେ ଓତପ୍ରୋତଃ ଭାବେ ଜଡ଼ିତ ଗଞ୍ଜାମ ଜିଲ୍ଲା। ଏଣୁ ଏଠିକାର ପୁରପଲ୍ଲୀରେ ଦେଖିବାକୁ ମିଳେ ଶ୍ରୀଜଗନ୍ନାଥଙ୍କ ପରମ୍ପରାର ନିଆରା ଝଲକ। ଏଇ ଯେମିତି ଜିଲ୍ଲାର ଅନେକ ସ୍ଥାନରେ ପୁରୀ ଘୋଷଯାତ୍ରା ଦିନକ ପରେ ଏଠାରେ ରଥଟଣା ହେବାର ପରମ୍ପରା କାହିଁ…

ସିଦ୍ଧଭୈରବୀ ପୀଠରେ ରଥଟଣା

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ୍ ମନ୍ତ୍ରୀଡିସ୍ଥିତ ସିଦ୍ଧଭୈରବୀ ପୀଠର ଶ୍ରୀଜଗନ୍ନାଥ ମନ୍ଦିର ଦୁଇ ବର୍ଷ ବ୍ୟବଧାନରେ ଘୋଷଯାତ୍ରା ଅବସରରେ ପୁଣି ଚଳଚଞ୍ଚଳ ହୋଇ ଉଠିଥିଲା। ହଜାର ହଜାର ଭକ୍ତଙ୍କ ସମାଗମ ମଧ୍ୟରେ ଏଠାରେ ରଥଟଣା ହୋଇଥିଲା। ଆଜି ଭୋର୍‌ରୁ ଶ୍ରୀଜଗନ୍ନାଥ ମନ୍ଦିରରେ ସମସ୍ତ ପରମ୍ପରା…

ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ପୁରୀରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ବହୁ ପ୍ରତୀକ୍ଷିତ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳା ର ସହିତ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ରେ ବଡ଼ଦାଣ୍ଡରେ ଗଡିଥିଲା ଚତୁର୍ଦ୍ଧା ବିଗ୍ରହଙ୍କ ତିନି ରଥ। କୋଭିଡ କଟକଣା ର ଦୁଇବର୍ଷ ପରେ ଭକ୍ତମାନେ ମହାପ୍ରଭୁଙ୍କୁ ପାଖରେ ପାଇ ବିଭୋର ହୋଇ…

ସପ୍ତକ୍ଷେତ୍ର ବେଷ୍ଟିତ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ

ପୁରୀ ବଡ଼ଦାଣ୍ଡର ସାତଟି ବିଭାଗ ରହିଛି। ସେଥି ମଧ୍ୟରୁ ପ୍ରଥମ ଚାରିଟି ହେଉଛି- ଚାରିଖଳା। ତାହା ହେଉଛି- ୧. ବିଜେଖଳା, ୨. ମହାଖଳା, ୩. ଲୀଳାଖଳା ଓ ୪. ସେବାଖଳା। ୧. ବିଜେଖଳା: ଶ୍ରୀମନ୍ଦିର ସିଂହଦ୍ୱାରର ଉରରେ ଥିଲା ବଡ଼ଛତା ମଠର ବରଗଛ ଓ ସାଧୁଗାଦି, ଉତ୍ତରପାର୍ଶ୍ୱ ମଠ ଓ ମା’ ଚର୍ଚ୍ଚିକା…