କରୋନା ଅପଡେଟ୍: ଦେଶରେ ୩,୬୮୮ ନୂଆ ମାମଲା, ୫୦ ମୃତ

ନୂଆଦିଲ୍ଲୀ:ଚତୁର୍ଥ ଲହର ବିପଦ ମଧ୍ୟରେ ଦେଶରେ କରୋନା ମାମଲା ଉପରମୁହାଁ ହୋଇଛି । ଲଗାତାର ତୃତୀୟ ଦିନ ଧରି ଦୈନିକ ମାମଲା ତିନି ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୮୮ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି, ଯାହା ଗତକାଲିଠାରୁ ଅଧିକ। ଏଥି ସହିତ ଏହି ମହାମାରୀ ଯୋଗୁଁ ଆଉ ୫୦ ଜଣଙ୍କର…

ରାଜ୍ୟରେ ଆଉ ୧୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର - ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର…

ବୌଦ୍ଧ ଜିଲ୍ଲାପାଳଙ୍କ ଫେକ ହ୍ଵାଟସ ଆପ ଆଇଡ଼ି, ଟଙ୍କା ମାଗୁଛି ସାଇବର ଠକ

ବୌଦ୍ଧ: ଜ଼ିଲ୍ଲାପାଳଙ୍କୁ ବି ଛାଡିଲେନି ଠକ । ସୋସିଆଲ ମିଡିଆରେ ଜିଲ୍ଲାପାଳଙ୍କ ଫେକ ଆଇଡି କରିବା ସହ ଫଟୋ ଲଗାଇ ଟଙ୍କା ମାଗୁଛି ସାଇବର ଠକ । ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ଠାରୁ ଟଙ୍କା ମାଗୁଥିବା ଭଳି ଘଟଣା ଏକ ସାମ୍ନାକୁ ଆସିଛି । ଏନେଇ ଖୋଦ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସୂଚନା…

ଚୀନରେ ପୁଣି କରୋନା ବେକାବୁ, ୨୭ଟି ସହରରେ ଲକଡାଉନ, ମାସକରେ ୩୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ

ବେଜିଂ: ଚୀନରେ ପୁଣି ବେକାବୁ ହୋଇଛି କରୋନା । ସାରା ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ସ୍ଥିତି ଏପରି ହୋଇଛି ଯେ ଚୀନର ୨୭ଟି ସହରରେ ଏବେ ଲକଡାଉନ ଲଗାଯାଇଛି । ବିଶେଷକରି ଦେଶର ବ୍ୟବସାୟିକ ସହର ସାଙ୍ଘାଇରେ ମହାମାରୀ ଉଗ୍ର ରୂପ ନେଇଛି । ଏଠାରେ ଏବେ ପ୍ରତିଦିନ ୧୦୦୦ରୁ ଊର୍ଦ୍ଧ୍ବ…

କାଲିଠୁ ତିନି ଦିନ ତାତିରୁ ତ୍ରାହି ମିଳିବା ସମ୍ଭାବନା

ଭୁବନେଶ୍ୱର - ବଙ୍ଗୋପସାଗରରୁ ଓଡିଶା ମଧ୍ୟକୁ ପ୍ରବେଶ କରୁଛି ଜଳୀୟବାଷ୍ପପୂର୍ଣ ବାୟୁ । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ୩ ଦିନଯାଏଁ କାଳବୈଶାଖୀ ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ କମିବ ତାପମାତ୍ରା । ମାଲକାନଗିରି, କୋରାପୁଟ, ରାୟଗଡା,…

ଦିଲ୍ଲୀରେ ଆଜି ମୁଖ୍ୟମନ୍ତ୍ରୀ-ହାଇକୋର୍ଟ ବିଚାରପତିଙ୍କ ସମ୍ମିଳନୀ: ଯୋଗଦେବେ ନବୀନ

ନୂଆଦିଲ୍ଲୀ - ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ। ଏଥିରେ ଯୋଗ ଦେବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ପହଞ୍ଚିଛନ୍ତି। ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ…