ମୁଖ୍ୟମନ୍ତ୍ରୀଙ୍କ ହୋଲି ଶୁଭେଚ୍ଛା

ଭୁବନେଶ୍ୱର- ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ କୋଭିଡ ନିୟମ ପାଳନ କରି ଉତ୍ସବରେ ସାମିଲ ହେବା ସହ ସମସ୍ତେ ସୁସ୍ଥ ଓ ଖୁସିରେ ରହିବା ସେ କାମନା କରିଛନ୍ତି ।

ଖରସ୍ରୋତା ଅଘଟଣ : ଆଉ ଜଣଙ୍କ ମୃତଦେହ ଉଦ୍ଧାର

ଯାଜପୁର - ବଡ଼ସୁଆର ଖରସ୍ରୋତା ନଦୀର ମଙ୍ଗଳା ଘାଟରେ ବୁଡ଼ିଯିବା ଘଟଣାରେ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଏଥିସହ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଗତକାଲି ହୋଲି ଖେଳିବା ପରେ ଗାଧୋଇବା ବେଳେ ନଦୀରେ ୬ ଜଣ ଭାସିଯାଇଥିଲେ । ଗତକାଲି ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ହୋଲି ପାଇଁ ରାଜଧାନୀରେ କଡ଼ା ସୁରକ୍ଷା, ରାସ୍ତାରେ ଖେଳିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ହୋଲି ପାଇଁ ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା କଡାକଡି କରିଛି କମିସନରେଟ ପୋଲିସ । ରାଜଧାନୀର ପ୍ରମୁଖ ୨୦ଟି ଛକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସହରରେ ମୁତୟନ ହୋଇଛନ୍ତି ୩୨ ପ୍ଲାଟୁନ ଫୋର୍ସ । ଏଥିସହ ପଇଁତରା ମାରୁଛନ୍ତି ୨୦ଟି ମୋବାଇଲ ପାଟ୍ରୋଲିଂ ଟିମ୍ । ରାସ୍ତାରେ ହୋଲି…