ହାଇଦ୍ରାବାଦ: ସ୍କ୍ରାପ୍ ଗୋଦାମରେ ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ହାଇଦ୍ରାବାଦର ବୋଇଗୁଡା ଅଞ୍ଚଳରେ ଏକ ସ୍କ୍ରାପ୍ ଗୋଦାମରେ ନିଆଁ ଲାଗିଯିବାରୁ ୧୧ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି | ମୃତକମାନେ ବିହାରର ବୋଲି ଜଣାପଡ଼ିଛି । ସେମାନେ ଏହି ଗୋଦାମରେ କାମ କରୁଥିଲେ | ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି | ତେବେ ପୋଲିସ…

ୟୁକ୍ରେନର ଦାବି: ଯୁଦ୍ଧରେ ରୁଷର ୧୫ ହଜାରରୁ ଉର୍ଦ୍ଧ୍ବ ସୈନିକ ନିହତ

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଢ଼େଇର ଆଜି ହେଉଛି ୨୮ତମ ଦିନ। ଉଭୟ ପକ୍ଷ ହାର‌ ମାନିବାକୁ ନାରାଜ । ଈତି ମଧ୍ୟରେ ୟୁକ୍ରେନ ଦାବି କରିଛି ଯେ ଯୁଦ୍ଧରେ ଏପର୍ଯ୍ୟନ୍ତ ୧୫,୩୦୦ ରୁଷ ସୈନିକ ନିହତ ହୋଇଛନ୍ତି। ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ଟୁଇଟ୍ କରି ଏହି ସୂଚନା ଦେଇଛି। ବୈଦେଶିକ…

ସହିଦ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଆଜି ସହିଦ ଦିବସ । ଏହି ଅବସରରେ ସହିଦ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶମାତୃକା ପାଇଁ ସେମାନଙ୍କର ନିଃସ୍ୱାର୍ଥପର ବଳିଦାନ ଓ ନିଷ୍ଠା ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କ୍ରମାଗତ ଦ୍ୱିତୀୟ ଦିନ ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୦ ପଇସା ଲେଖାଏଁ ବଢିଛି। ଗତକାଲି ୧୩୭ ଦିନ ପରେ ଇନ୍ଧନ ମୂଲ୍ୟ ବଢିଥିଲା ଏବଂ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୦-୮୦ ପଇସା ବୃଦ୍ଧି ପାଇଥିଲା | ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ…