ବ୍ରହ୍ମପୁର ମହାନଗର ନିଗମ ପାଇଁ ମଞ୍ଜୁ ରଥ କଂଗ୍ରେସର ମେୟର ପ୍ରାର୍ଥୀ

ବ୍ରହ୍ମପୁର - ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପାଇଁ ମଞ୍ଜୁ ରଥ କଂଗ୍ରେସର ମେୟର ପ୍ରାର୍ଥୀ ହୋଇଛନ୍ତି । ମଞ୍ଜୁ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ପତ୍ନୀ । ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ସଂଘମିତ୍ରା ଦଳେଇ ଓ ବିଜେପି ସବିତା ସୁଅରଙ୍କୁ ମେୟର ପ୍ରାର୍ଥୀ କରିଛି ।

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ

ଭବାନୀପାଟଣା- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ସ୍ଥିତ ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ‌। ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ…

ଏନ୍ଏସ୍ଇ ସ୍କାମ୍: ପୂର୍ବତନ ଏମଡି ଚିତ୍ରା ରାମକୃଷ୍ଣ ଗିରଫ

ନୂଆଦିଲ୍ଲୀ: ପୂର୍ବତନ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ଏମଡି ଚିତ୍ରା ରାମକୃଷ୍ଣଙ୍କୁ ଷ୍ଟକ ମାର୍କେଟ ଠକେଇ ମାମଲାରେ ସିବିଆଇ ଗିରଫ କରିଛି। ଏହାପୂର୍ବରୁ ଶନିବାର ଚିତ୍ରା ରାମକୃଷ୍ଣଙ୍କୁ ସେଣ୍ଟ୍ରାଲ ଫରେନସିକ୍ ସାଇନ୍ସ ଲାବୋରେଟୋରୀ (ସିଏଫ୍ଏସ୍ଏଲ୍) ର ଜଣେ ବରିଷ୍ଠ ମନସ୍ତତ୍ତ୍ୱବିଦ୍…

ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ

ଭୁବନେଶ୍ୱର - ପୌର ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଅନେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନଥିବାରୁ ଆଜି ଭିଡ଼ ଜମିପାରେ । ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆସନ୍ତା ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪…

ଉତ୍ତର ପ୍ରଦେଶ ନିର୍ବାଚନ: ସପ୍ତମ ଓ ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ପୂର୍ବାଞ୍ଚଳର ୫୪ ଟି ଆସନରେ ଭୋଟ୍ ଗ୍ରହଣ ଜାରି ରହିଛି । ଏହି ଆସନଗୁଡିକରେ ଦୁଇ କୋଟିରୁ ଅଧିକ ଭୋଟର ୬୧୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ | ଶାନ୍ତିପୂର୍ଣ୍ଣ…