ବ୍ରାହ୍ମଣୀ ନଦୀକୁ ଖସିଲା ଲୁହା ବୋଝେଇ ଟ୍ରଲର , ୨ ଗୁରୁତର

ଢେଙ୍କାନାଳ- କାମାକ୍ଷାନଗରରେ ବ୍ରାହ୍ମଣୀ ନଦୀକୁ ଏକ ଲୁହା ବୋଝେଇ ଟ୍ରଲର ଖସିପଡିଛି । ଏଥିରେ ୨ ଚାଳକ ଗୁରୁତର ଆହତ ହୋଇଛନ୍ତି । ଜଣେ ଅଁଳାବେରେଣୀ ମେଡିକାଲ ଏବଂ ଅନ୍ୟ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଭୋର ୫ଟାରେ ଦୁର୍ଘଟଣା ଘଟି ଥିଲା। ଗୁରୁତରଙ୍କ ମଧ୍ୟରୁ…

ଆଜି ଦୁଇଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି, ବିମାନବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କରିବେ ସ୍ୱାଗତ

ଭୁବନେଶ୍ବର/ପୁରୀ :‌ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦୁଇଦିନିଆ ପୁରୀ ଗସ୍ତରେ ଆସିବେ। ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦନରରେ ପହଞ୍ଚିବା ପରେ ହେଲିକପ୍ଟର୍‌ ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିବେ। ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ସଂଧ୍ୟାରେ ଶ୍ରୀମନ୍ଦିରରେ ମହାପ୍ରଭୁ…

ଶ୍ରୀମନ୍ଦିରରେ ଗାଣପତ୍ୟ ଉପାସନାର ପ୍ରଭାବ, ମନ୍ଦିର ବେଢାରେ ରହିଛି ଅନେକ ଗଣେଶ ବିଗ୍ରହ (୨ୟ ଭାଗ)

୨ୟଭାଗରେ ଆଲୋଚନା କରିବା ବାହାର ବେଢାରେ ଥିବା ୨୨ଟି ଗଣେଶ ମନ୍ଦିର ବିଷୟ ରେ। ଶ୍ରୀମନ୍ଦିରର ସିଂହଦ୍ୱାର ଗୁମୁଟର ବାମ ପାଖ କାନ୍ଥରେ ଗଣେଶଙ୍କର ଏକ ଚିତ୍ରରେ ପ୍ରତିମା ସମେତ ବାହାର ବେଢାରେ ଗଣେଶଙ୍କର ମୋଟ ୨୨ଟି ମନ୍ଦିର ରହିଛି । • ବାଇଶି ପାହାଚ ବାମ ପାଖ କାଶୀ ବିଶ୍ୱନାଥ ମନ୍ଦିର…

ଗୀତା ମାହାତ୍ମ୍ୟ: ଯଥୈଧାଁସି ସମିଦ୍ଧଅଗ୍ନିଭସ୍ମସାତ କୁରୁତେର୍ଜୁନ। ଜ୍ଞାନାଗ୍ନି ସର୍ଵକର୍ମାଣି ଭସ୍ମସାତ କୁରୁତେ ତଥା।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି : - ଯଥୈଧାଁସି ସମିଦ୍ଧଅଗ୍ନିଭସ୍ମସାତ କୁରୁତେର୍ଜୁନ। ଜ୍ଞାନାଗ୍ନି ସର୍ଵକର୍ମାଣି ଭସ୍ମସାତ କୁରୁତେ ତଥା।। ହେ ଅର୍ଜ୍ଜୁନ ! ପ୍ରଜ୍ବଳିତ ଅଗ୍ନି ଯେପରି ଇନ୍ଧନ ସବୁ ଭସ୍ମୀଭୂତ କରିଦିଏ, ଜ୍ଞାନ ରୂପକ…

ଗଜପତି ମହାରାଜଙ୍କୁ କୋରୋନା

ପୁରୀ - ପୁରୀ ଗଜପତି ଦିବ୍ୟସିଂହ ଦେବ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଲକ୍ଷଣହୀନ ଗଜପତି ୭ ଦିନିଆ ଗୃହ ସଙ୍ଗରୋଧରେ ଅଛନ୍ତି । ତେଣୁ ଶନିବାର ଗଜପତି ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିରରେ ସ୍ବାଗତ କରିପାରିବେନି । ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ରାଷ୍ଟ୍ରପତିଙ୍କୁ…

ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ଓଲଟିଲା ଗାଡ଼ି, ୩ ଗୃହରକ୍ଷୀ ମୃତ

ନବରଙ୍ଗପୁର -ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ନିକଟ ତଣ୍ଡାଗୁଡ଼ାରେ ଗାଡି ଓଲଟି ଯିବା ଯୋଗୁଁ ଘଟଣାସ୍ଥଳରେ ୩ ଜଣ ଗୃହରକ୍ଷୀଙ୍କ ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ପାପଡ଼ାହାଣ୍ଡି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନିର୍ବାଚନ…