ବିରଜୁ ମହାରାଜଙ୍କ ମୃତ୍ୟୁ ଅପୂରଣୀୟ କ୍ଷତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କଥକ ନୃତ୍ୟର କିମ୍ବଦନ୍ତୀ ପୁରୁଷ ବିରଜୁ ମହାରାଜଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଜୁ ମହାରାଜ ନିଜେ ଜଣେ ପ୍ରତିଷ୍ଠାନ ଥିଲେ । ଏହି କିମ୍ବଦନ୍ତୀଙ୍କ ଅବର୍ତ୍ତମାନ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ଶୋକବାର୍ତ୍ତାରେ କହିଛନ୍ତି…

ଆଜି ଓଡିଶା ଆସିବ ଓମିସିୟୋର କିଟ୍

ଭୁବନେଶ୍ୱର- ଆଜି ଓଡିଶାରେ ପହଞ୍ଚିବ ଓମିସିୟୋର କିଟ୍ । ରାଜ୍ୟ ସରକାର ୫ ଲକ୍ଷ ଓମିସିୟୋର କିଟ୍ ପାଇଁ ବରାଦ ଦେଇଥିବା ବେଳେ କିଛି ଆଜି ପହଂଚିବ । ପ୍ରଥମ ରାଜ୍ୟ ଭାବେ ଓଡିଶା ୫ ଲକ୍ଷ ଓମିସିୟୋର କିଟ୍ ଅର୍ଡର କରିଥିଲା । ଟାଟା ଏମଡିକୁ ଏହି କିଟ୍ ପାଇଁ ରାଜ୍ୟ ଔଷଧ ନିଗମ ବରାଦ ଦେଇଥିଲା ।…

ଚାଲିଗଲେ କଥକ ସମ୍ରାଟ ବିରଜୁ ମହାରାଜ

ନୂଆଦିଲ୍ଲୀ: ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଦ୍ମବିଭୂଷଣ ପଣ୍ଡିତ ବିରଜୁ ମହାରାଜ ଆଉ ନାହାନ୍ତି। ହୃଦଘାତ୍ ଯୋଗୁଁ ଏହି କଥକ ସମ୍ରାଟଙ୍କ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି । ତାଙ୍କ ନାତି ସ୍ୱରାଂଶ ମିଶ୍ର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ…

ଆରପାରିରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀ

ଗୁଣପୁର- ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ ହୋଇଯାଇଛି । ‘ବୋଉ’ ଭାବେ ଲୋକପ୍ରିୟ ଶାନ୍ତି ଦେବୀ ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି । ସେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇଯାଇଥିଲେ । ଗୁଣପୁର ଉପଖଣ୍ଡ ଡାକ୍ତରଖାନାର ମେଡିକାଲ ସୁପରିଟେଣ୍ଡେଂଟ୍…

ପଂଚାୟତ ନିର୍ବାଚନ ପାଇଁ ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି । ଆଜିଠୁ ୨୧ତାରିଖ ଯାଏଁ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ୮୫୩ ଜିଲ୍ଲା ପରିଷଦ ଆସନରେ ଦଳୀୟ ଚିହ୍ନରେ ନିର୍ବାଚନ ଲଢିବେ ପ୍ରାର୍ଥୀ । ତେବେ, ରାଜ୍ୟରେ ଦଳଗୁଡିକ ଏ ଯାଏଁ ପ୍ରାର୍ଥୀ…