ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗରେ ସ୍କୁଲ, କଲେଜ ବନ୍ଦ; ଅଧା କର୍ମଚାରୀ ସହ ଚାଲିବ ସରକାରୀ, ବେସରକାରୀ ଅଫିସ୍

କୋଲକାତା: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ରବିବାର ଦିନ ନୂଆ କଟକଣା ଘୋଷଣା କରିଛନ୍ତି। ସୋମବାର ଠାରୁ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ସରକାରୀ ଏବଂ ବେସରକାରୀ ଅଫିସ୍ ୫୦ ପ୍ରତିଶତ କ୍ଷମତା ସହ କାର୍ଯ୍ୟ କରିବାକୁ…

ପେଗାସସ୍ ବିବାଦ: ଫୋନ୍ ହ୍ୟାକିଂ ନେଇ ସନ୍ଦେହ କରୁଥିବା ଲୋକଙ୍କୁ ତଥ୍ୟ ମାଗିଲା ସୁପ୍ରିମକୋର୍ଟ କମିଟି

ନୂଆଦିଲ୍ଲୀ: ପେଗାସସ୍ ସ୍ପାଏୱେୟାର ମାମଲାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଟେକ୍ନିକାଲ କମିଟି ନିଜ ଫୋନ୍ ହ୍ୟାକିଂ ନେଇ ସନ୍ଦେହ କରୁଥିବା ଲୋକଙ୍କଠାରୁ ବିସ୍ତୃତ ତଥ୍ୟ ମାଗିଛି। କମିଟି ଏକ ସର୍ବସାଧାରଣ ନୋଟିସ୍ ଦ୍ବାରା ଉକ୍ତ ଲୋକଙ୍କୁ ଜାନୁଆରୀ ୭ ସୁଦ୍ଧା ଯୋଗାଯୋଗ…

କାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କ କୋଭିଡ ଟିକାକରଣ, ୮ରୁ ମାଟ୍ରିକ ପିଲା ନେବେ ଟିକା

ଭୁବନେଶ୍ୱର- ରାଜ୍ୟରେ କାଲିଠାରୁ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହେବ । ଏହି ବର୍ଗର ପିଲାଙ୍କ କୋଭିଡ ଟିକାକରଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜାନୁଆରୀ ୮ରୁ ମାଟ୍ରିକ ପିଲାଙ୍କୁ ଟିକା ଦିଆଯିବା ନେଇ…

ରାଜ୍ୟରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୭ ଜଣ ହେଉଛନ୍ତି ବିଦେଶ ଫେରନ୍ତା । ଏମାନେ ବ୍ରିଟେନ ଓ ଦୁବାଇରୁ ଆସିଥିଲେ । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ବାବଦରେ ଆଇଏଲଏସ ପକ୍ଷରୁ…